ସରକାରୀ ସ୍କୁଲ ଅର୍ଥ ଆତ୍ମସାତ ମାମଲା : ଅଭିଯୋଗ ଆଣିଲେ ଗ୍ରାମବାସୀ

କୋଶଲ ନ୍ୟୁଜ୍ ବ୍ୟୁରୋ : ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ନୂଆପଡ଼ା ପଞ୍ଚାୟତ ଅଧିନସ୍ଥ କୁକେଡମାଲ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ। ଏହି ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପ୍ରଯ୍ୟନ୍ତ ମୋଟ୍ ୧୦୫ ଜଣ ଛାତ୍ର ଛାତ୍ରୀ ପାଠ ପଢନ୍ତି। ୨ ଟି ଶ୍ରେଣୀ ଗୃହ ଥିବା ବେଳେ ଗୋଟିଏ ଅଫିସ ଗୃହ ରହିଛି।

୫୧ଜଣ ଛାତ୍ରୀ ଓ ୫୪ଜଣ ଛାତ୍ର କୁ ୪ ଜଣ ମାତ୍ର ଶିକ୍ଷକ ପାଠ ପଢ଼ାଉଛନ୍ତି।ଅନ୍ୟ ପଟେ ଏକ ଲକ୍ଷ୍ୟ ୫୮ ହଜାର ଟଙ୍କା ବ୍ୟୟରେ ଶୌଚାଳୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲେ ମଧ୍ୟ ୨ ବର୍ଷ ହେଲାଣି ତାହା ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି।ଚଳିତ ବର୍ଷ ଗୋଟିଏ ଲେଖା ପୋଷାକ ବଣ୍ଟନ ହୋଇଥିବା ବେଳେ ତାହା ମଧ୍ୟ ଅତି ନିମ୍ନ ମାନର ଅଭିଯୋଗ ହୋଇଛି।ସରକାର ଗୋଟିଏ ହଳ ପୋଷାକ ପାଇଁ ୨୦୦ ଟଙ୍କା ଯୋଗାଉଥିବା ବେଳେ ଛାତ୍ର ଛାତ୍ରୀଙ୍କୁ ଖୋଲା ବଜାରରେ ମିଳୁଥିବା ୧୧୦ ଟଙ୍କା ର ଟେରିକୋଟ କପଡା ର ପୋଷାକ ବଣ୍ଟନ କରାଯାଇଛି।
ପୋଷାକ ପାଇଁ ଆସୁଥିବା ଅର୍ଥରାଶି କୁ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ପଚାରିବାରୁ ବିଦ୍ୟାଳୟରେ ବହୁତ୍ ଗୁଡାଏ ସମସ୍ୟା ଥିବା ସେ ପ୍ରକାଶ କରିଛନ୍ତି।
Comments (0)
Add Comment