ସ୍ତ୍ରୀ ଦେହକୁ ଡାକ୍ତର ଛୁଇଁଲା ବୋଲି ରାସ୍ତାରେ ଡାକ୍ତରକୁ ଆକ୍ର-ମଣ କରିଥିଲା ସ୍ବାମୀ । ଏବେ ଅଭି-ଯୋଗ ପରେ ଜେ-ଲ ଗଲା ସ୍ବାମୀ ।

ବନ୍ଧୁଗଣ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ୍ ହସପିଟାଲର ହାଉସ୍ ସର୍ଜନ ଡା. ବିଶ୍ବରଞ୍ଜନ ସାହୁଙ୍କୁ ପ୍ରାଣାନ୍ତକ ଆକ୍ର-ମଣ ଘଟ-ଣାକୁ ନେଇ କାଲି ଦିନ ତମାମ ମେଡିକାଲ ପରିସର ଅଶାନ୍ତ ରହିଥିଲା । ମେଡିକାଲ ଛାତ୍ରମାନେ ଆକ୍ର-ମଣକାରୀଙ୍କୁ ଗି-ରଫ ଦାବିରେ ଅଡ଼ି ବସିଥିବା ବେଳେ ସମସ୍ତ ଛାତ୍ର ମୁଣ୍ଡରେ ବ୍ୟାଣ୍ଡେଜ ଗୁଡ଼ାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମେଡିକାଲ ଗେଟରେ ଧାରଣା ଦେଇଥିଲେ । ମେଡିକାଲ ଛାତ୍ରଛାତ୍ରୀଙ୍କୁ ବୁଝାଇବା ପାଇଁ ପୁଲି-ସ ନାକେଦମ ହୋଇଥିଲା । ଏହାପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବଛାବଛା ପୁ-ଲିସ ଅଧିକାରୀଙ୍କୁ ନେଇ ଏକାଧିକ ଟିମ୍‌ ଗଠନ କରାଯାଇ ଆକ୍ର-ମଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନକୁ ପଠା ଯାଇଥିଲା ।

ଆଜି ଅପରାହ୍ନରେ ପୁଲି-ସର ଏକ ଟିମ୍‌ ଆକ୍ର-ମଣକାରୀ ଯୁବକ ଦ୍ବୟଙ୍କୁ ବୌଦ୍ଧ-କନ୍ଧମାଳ ସୀମା ନିକଟରୁ ଧରିଥିବା ବେଳେ ସେମାନେ ଆକ୍ର-ମଣ ସମୟରେ ବ୍ୟବହାର କରିଥିବା ବାଇକକୁ ମଧ୍ୟ ଜ-ବତ କରାଯାଇଛି । ଅଭି-ଯୁକ୍ତ ଦ୍ବୟ ବଲାଙ୍ଗୀର ଚଁଟିଆପାଲିର ସମୀର ବଡ଼ମାଳୀ ଓ ଶାନ୍ତିପଡ଼ାର ଲିପୁନ ସାହୁ ବୋଲି ଜଣାପଡ଼ିଛି ।

Hospital
Comments (0)
Add Comment