ପ୍ରଥମ ବର୍ଷାରେ ଭୀମ ଭୋଇ ମେଡିକାଲ ବ୍ଳଡ ବ୍ୟାଙ୍କ ସମ୍ମୁଖରେ ପାଣି ଜମା

ବଲାଙ୍ଗୀର (କୋଶଲ ନ୍ୟୁଜ) ସରକାର ଓ ପ୍ରଶାସନିକ ଅଧିକାରୀମାନେ କହୁଛନ୍ତି ଆମ ରାଜ୍ୟର ବିକାଶ ହେଉଛି, ଏହି ଚିତ୍ର ଦେଖିଲେ ଆମକୁ ମଧ୍ୟ ଲାଗୁଛି ଯେ ଆମର ରାଜ୍ୟର ବିକାଶ ହେଇ ସାରିଛି।ଏହି ଚିତ୍ର ହେଉଛି ବଲାଙ୍ଗୀର ଜିଲ୍ଲାର ଭୀମଭୋଇ ମେଡିକାଲ କଲେଜର ବ୍ଳଡ ବ୍ୟାଙ୍କ ସମ୍ମୁଖର ଚିତ୍ର।ହସ୍ପିଟାଲ ଭିତରର ଡ୍ରେନ ଗୁଡିକରେ ଆବର୍ଜନା ଓ ମାଟି ପଡି ପୋତି ହେଇ ଯିବା ଫଳରେ ଏହିଭଳି ପାଣି ଜମି ରହୁଛି।ହସ୍ପିଟାଲ କୁ ଆସୁଥିବା ରୋଗୀ ଓ ତାଙ୍କ ସଂପର୍କୀୟମାନେ ବହୁତ ଅସୁବିଧାର ସମ୍ମୁଖିନ ହେବା ସହ ରୋଗକୁ ମଧ୍ୟ ଆମନ୍ତ୍ରଣ କରିବାର ସମ୍ଭାବନା ରହିଛି।।ଏଣୁ ମେଡିକାଲ କର୍ତ୍ତୃପକ୍ଷ ଏହି ସମସ୍ୟାର ପ୍ରତି ଦୃଷ୍ଟି ସମାଧାନ କରିବା ପାଇଁ ବିଭିନ୍ନ ସଂଗଠନ ଓ ସାଧାରଣ ଜନତା ଦାବି କରୁଛନ୍ତି ।।

Comments (0)
Add Comment