ମହାରପଦର ନାଇଟ କ୍ରିକେଟ ଟୁର୍ନାମେଣ୍ଟ ସମୟରେ ଅଘଟଣ : ଫିଲଡିଂ ସମୟରେ ଦୁଇ ଖେଳାଳି ଆହତ

ପାଟଣାଗଡ ୧୬/୦୫ ( କୋଶଲ ନ୍ୟୁଜ୍ ) : ମହରାପଦର ଗାଁରେ ନାଇଟ କ୍ରିକେଟ ଟୁର୍ନାମେଣ୍ଟ ଚାଲିଥିଲା ଓ ପୋଡ଼ ଛାପର ଦଳର ଦୁଇ ଜଣ ଖେଳାଳି ପରସ୍ପର ଧକ୍କା ହେବା ସମୟ ରେ ଜଣେ ଖେଳାଳି ଙ୍କ କପାଳ ରେ ଗଭୀର ଆଘାତ ଲାଗଥିବା ଓ ଦାନ୍ତ ଭାଙ୍ଗି ଯିବା ବେଳେ ଅନ୍ୟ ଜଣେ ଖେଳାଳି ର ଗୋଡ଼ ଭାଙ୍ଗି ଯାଇଥିଲା । ତୁରନ୍ତ କମିଟି ମ୍ୟାଚ ବନ୍ଦ କରିବା ସହ ଆହତ ଖେଳାଳି ଙ୍କ ଚିକିତ୍ସା ପାଇଁ ପୁରସ୍କାର ରାଶି ବାବଦରେ ଥିବା ୨୧ ହଜାର ଟଙ୍କା ଓ ନିଜ ହାତରୁ କିଛି ଟଙ୍କା ଖେଳାଳି ମାନଙ୍କୁ ଦେବାକୁ ଖେଳାଳି ଓ କ୍ରିକେଟ କମିଟି ମଧ୍ୟରେ ନିଷ୍ପତି ନେବା ପରେ ଉଭୟ ଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ଖେଳାଳି ମାନଙ୍କର ବଦନ୍ୟତା କୁ ଅଞ୍ଚଳ ରେ ପ୍ରଶଂସା କରିବା ସହିତ ସବୁ ଟିମ ର ଖେଳାଳି ଙ୍କ ସାହାଯ୍ୟ ମନୋବୃତି କୁ ବିକାଶ ଓ ଦୟା ଧନ୍ୟବାଦ ଦେଇଛନ୍ତି ।

Comments (0)
Add Comment