ଯୁବକଙ୍କ ପ୍ରଶ୍ନ ବାଣ ରେ ଝାଳ ନାଳ ବିଜେଡି ବିଧାୟକ ପ୍ରାଥୀ : ଭିଡ଼ିଓ ଭାଇରଲ

ପାଟଣାଗଡ ୧୩/୦୫ (କୋଶଲ ନ୍ୟୁଜ୍) : ବର୍ତମାନ ସାରାରାଜ୍ୟ ରେ ନିର୍ବାଚନ ମାହୋଲ । ଖରା ତାତି ରୁ ବଢିଯାଇଛି ରାଜନୈତିକ ତାତି । ସେହିପରି ପାଟଣାଗଡ ନିର୍ବାଚନ ମଣ୍ଡଳୀ ରେ ହେଉଥିବା ତ୍ରିମୁଖୀ ପ୍ରତିଦ୍ବନ୍ତିଆ ରେ ବିଜେପି , ବିଜେଡି ଓ କଂଗ୍ରେସ ର ପ୍ରତିଦ୍ବନ୍ଦୀ ମାନେ ନିର୍ବାଚନ ବୈତରଣୀ ପର ହେବାକୁ ପ୍ରାଣ ପଣେ ଚେଷ୍ଟା ଚଳାଇଛନ୍ତି ଆଉ ୟାରୀ ଭିତରେ ଶାସକ ବିଜେଡି ଦଳ ତରଫରୁ ପ୍ରତିଦ୍ବନ୍ତିତ୍ୱ କରୁଥିବା ବିଧାୟକ ସରୋଜ ମେହେର କିନ୍ତୁ ସବୁଠି ବିରୋଧ ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ସେ ଯେଉଁ ପ୍ରତିଶୃତି ଦେଇ ଶାସନ କୁ ଆସିଥିଲେ କେବଳ ପିସି ନେଇ ଅଞ୍ଚଳ ର ବିକାଶ କୁ ଅଣଦେଖା କରୁଥିବା ରୁ ସାଧାରଣ ରେ ପୁଞ୍ଜି ଭୁତ ରାଗ ଏବେ ଗାଁ ଗାଁ କୁ ବୁଲିଲା ବେଳେ ଆକ୍ରୋଶ ର ଶିକାର ହେଉଛନ୍ତି । ଏପରି କି ଲୋକେ ଖପ୍ରାଖୋଲ ରେ ହେଉଥିବା ଦୁର୍ନୀତି କୁ ନେଇ ବିଧାୟକ ଙ୍କୁ ସିଧା ସଳଖ ପ୍ରଶ୍ନ କରୁଥିବା ଓ ପ୍ରଶ୍ନ ଉତ୍ତର ନଦେଇ ପାରି ଥ ଥ ମ ମ ହେଉଥିବା ଦେଖିବାକୁ ମିଳୁଛି । ଏପରି କି ଖପ୍ରାଖୋଲ ବ୍ଲକ ରେ ନିଜ ନିଜ କର୍ମୀ ମାନଙ୍କୁ ମଧ୍ୟ ଅଣଦେଖା କରିଥିବା ରୁ ବିଧାୟକ ଙ୍କୁ ପ୍ରତକ୍ଷ ରେ ନହେଲେ ବି ପରୋକ୍ଷ ରେ ପାନେ ଦେବାକୁ ଫିରାକ ରେ ଅଛନ୍ତି ଅସନ୍ତୁଷ୍ଟ କର୍ମୀ । ଦେଖିବାକୁ ବାକି ରହିଲା ବିଧାୟକ କେତେ ଦୂର ନିର୍ବାଚନ ବୈତରଣୀ ପାର ହେଉଛନ୍ତି ନା ନିର୍ବାଚନ ରାଣାଙ୍ଗନ ରେ ଚିତପଟାଂଗ ମାରୁଛନ୍ତି ।

Comments (0)
Add Comment