ପୋଲିସ କବ୍ଜାରେ ହତ୍ଯାକାରୀ

ବଲାଙ୍ଗୀର ଟାଉନ ପୋଲିସ ଆଜି ସହରରେ ରହୁଥିବା ଡଣେ ବଙ୍ଗାଳୀ ମିସ୍ତ୍ରୀ ଙ୍କ ହତ୍ଯାକାଣ୍ଡ ରେ ସାମିଲଥିବା ଅଭିଯୋଗରେ ଛଅ ଜଣ ଅନ୍ଯ ବଙ୍ଗାଳୀ ନିର୍ମାଣ ଶ୍ରମିକ ଙ୍କୁ ଗିରଫ କରିଛି । ଏଥିସହିତ ହତ୍ଯାରେ ବ୍ଯବହୃତ ଗୋଟିଏ କୋଦାଳକୁ ମଧ୍ଯ ଜବତ କରିଛି । ସୂଚନା ଯୋଗ୍ଯଯେ ଗତ 04 /03/2021 ଓ 05/03/2021 ତାରିଖ ମଧ୍ୟ ରାତିରେ ସହରରେ ରହୁଥିବା ବଙ୍ଗାଳୀ ନିର୍ମାଣ ଶ୍ରମିକ ଙ୍କ ମଧ୍ଯରେ କୌଣସି କାରଣରୁ ଗଣ୍ଡଗୋଳ ହେବାରୁ ଜଣେ ମିସ୍ତ୍ରୀ ର ମୃତ୍ୟୁ ହୋଇଥିଲା । ବଲାଙ୍ଗୀର ପୋଲିସ ଏ ସଂପର୍କରେ ସୂଚନା ଜାରୀ କରିଛି ।

କ୍ରିଷ୍ଣା ସେଠୀ

— ସମ୍ବାଦଦାତା

Comments (0)
Add Comment