ତୁରେକେଲା ସରକାରୀ ଆୟୁର୍ବେଦ ଡାକ୍ତରଖାନାରେ ତାଲା

ବଙ୍ଗୋମୁଣ୍ଡା :-ବଲାଙ୍ଗୀର ଜିଲ୍ଲାର ଉପାନ୍ତ ଅଞ୍ଚଳ ତଥା କଳାହାଣ୍ଡି, ନୂଆପଡା ଜିଲ୍ଲା ସୀମାନ୍ତ ଦଳିତ ଆଦିବାସୀ ବହୁଳ ଅଞ୍ଚଳରେ ସ୍ୟାସ୍ଥ୍ୟ ସେବା ବିପଯ୍ୟୟ ହୋଇପଡିଛି l କରୋନା ମହାମାରୀ ମୁକାବିଲା ସମୟରେ ହସ୍ପିଟାଲ ବନ୍ଦ ରହିବା ଓଡିଶା ସରକାର ସ୍ୟାସ୍ଥ୍ୟ ବିକାଶ ଯୋଜନାର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି l 1992ରେ ସ୍ଥାପିତ ହୋଇଥିବା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଞ୍ଚାୟତ ତୁରେକେଲା ଆୟୁର୍ବେଦିକ ହସ୍ପିଟାଲରେ ତାଲା ଝୁଲୁଛି l ଚାନ୍ଦୋତାରା, ଭୁର୍ଷାଗୁଡା, ଗନ୍ଧର୍ଲା, ଜାମଖୁଣ୍ଟା ପଞ୍ଚାୟତ ଓ କଳାହାଣ୍ଡି ଜିଲ୍ଲାର ମହାଳିଙ୍ଗ, ନୂଆପଡା ଜିଲ୍ଲାର ଖାସବାହାଲ ଅଞ୍ଚଳ ଏହି ହସ୍ପିଟାଲ ରେ ନିର୍ଭର କରିଥାନ୍ତି l ଏହା ସତ୍ୟେ ଡାକ୍ତର ଖାନା ଅବହେଳିତ ଅବସ୍ଥା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ତୁରନ୍ତ ଏକ ସ୍ଥାୟୀ ଡାକ୍ତର ନିଯୁକ୍ତ କରି ହସ୍ପିଟାଲ କୁ କାର୍ଯ୍ୟକ୍ଷମ କରିବାକୁ ଜନସାଧାରଣ ରେ ଦାବୀ ହେଉଛି l

Comments (0)
Add Comment