ପଞ୍ଚାୟତ କାନ୍ଥରେ ନାମ ଥାଇ ବି ଆବାସ ଘର ମିଲୁନି

ବଲାଙ୍ଗୀର (୦୪/୦୩) ଗରିବ ଅସହାୟ ଲୋକଙ୍କୁ କିପରି ଉପହାସ କରାଯାଏ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ଗ୍ରାମର ଜଗବନ୍ଧୁ କେତକି ଙ୍କ ନାମ ପଞ୍ଚାୟତ କାନ୍ଥରେ ଲେଖାଯାଇଛି ହେଲେ ଘର ମିଲୁନି।ଟଙ୍କପାଣି ପଞ୍ଚାୟତ କାନ୍ଥରେ ଆବାସ ଘରର ସମସ୍ତ ଗାଁର ହିତାଧିକାରୀଙ୍କ ନାମ ଓ ଲିଷ୍ଟ ଲେଖାଯାଇଛି।ସେଥିମଧ୍ୟରୁ ଜଗବନ୍ଧୁ ଙ୍କ ନାମ ୨ ନମ୍ବରରେ ରହିଛି।ହେଲେ ତାଙ୍କ ନାମ କୁ ବାଦ୍ ଦେଇ ତାଙ୍କଠୁ ୫୦/୬୦ ନମ୍ବର ଥିବା ହିତାଧିକାରୀଙ୍କୁ ଆବାସ ଘର ଦିଆଯାଇଥିବା ଅଭିଯୋଗ କରିଛନ୍ତି।ସୂଚନା ଅନୁସାରେ ଜଗବନ୍ଧୁ ଙ୍କୁ ଘର ଦିଆଯିବ ବୋଲି ତାଙ୍କ ଠାରୁ ଟଙ୍କପାଣି ପଞ୍ଚାୟତ ଜିଓଟେଗ ଜଗନ୍ନାଥ ବିଶ୍ବାଲ ଆଧାର କାର୍ଡ,ଭୋଟର କାର୍ଡ ପାସବହି ନେଇଥିଲେ।ହେଲେ କାଗଜ ପତ୍ର ଦିଆଯାଇଥିବା ୨/୩ ବର୍ଷ ହେବ ଆଜି ଯାଏଁ ଜଗବନ୍ଧୁଙ୍କୁ ଆବାସ ଘର ଦିଆଯାଇ ନାହିଁ।ଶେଷରେ ଘର ନମିଲିବାରୁ ସରପଞ୍ଚଙ୍କ ଠାରୁ ବିଡିଓ ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇଁ ଗୁହାରି କଲେ ସୁଦ୍ଧା କେହିଁ ଶୁଣୁ ନାହାନ୍ତି। ଜଣେ ଅସହାୟ ଗରିବ ଲୋକଙ୍କୁ ହଟହଟା କରୁଥିବାରୁ ଗ୍ରାମବାସୀ ନାପସନ୍ଦ କରିଛନ୍ତି।ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଜିଲ୍ଲା ପ୍ରଶାସନ ଆବାସ ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

କ୍ରିଷ୍ଣା ସେଠୀ

— ସମ୍ବାଦଦାତା

Comments (0)
Add Comment