ବସନ୍ତ ମିଳନରେ କବିତା ପାଠୋତ୍ସବ

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ କନ୍ଦରାଭଟା ଜଳମହାଦେବ ଝରଣା କୂଳରେ ସେଲା ପଥର ସାହିତ୍ୟ ସଂସ୍କୃତି କଲା ପରିଷଦ ବସନ୍ତ ମିଳନ ଉତ୍ସବ ରବିବାର ଅନୁଷ୍ଠିତ ହେଇଯାଇଛି ! ପରିଷଦ ସମ୍ପାଦକ ଧରମସିଂ ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କବିଯତ୍ରୀ ସଂଯୁକ୍ତା ପରିଛା , ସମ୍ମାନିତ ଅତିଥି ବରିଷ୍ଠ କବି କାର୍ତ୍ତିକେଶ୍ୱର ବେହେରା , ଉକ୍ତବନ୍ଦୁ ବିଶ୍ୱାଳ , ଆଶୁତୋଷ ଠାକୁର , ପରିଷଦ ସଭାପତି ଅଭୟ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ! ଭାଷା ସଂସ୍କୃତିର ସୁରକ୍ଷା ପାଇଁ ଲିଖିନି ଚାଲନାର ଆବଶ୍ୟକତା ଥିବା ବକ୍ତାମାନେ କହିଥିଲେ ! ପରେ ଉପସ୍ଥିତ କବିୟାତ୍ରି କବିମାନେ ସ୍ୱରଚିତ କବି ପାଠ କରିଥିଲେ ! ଯୁବକବି ଶୋଭାକର ପଧାନ , ଦେବରାଜ ପାଣିଗ୍ରାହୀ , ସବିତା ଭୋଇ ମଞ୍ଚ ପରିଚାଳନା କରିଥିଲେ ! ଲାଲଚନ ବଗର୍ତ୍ତୀ , ପ୍ରଦୀପ ଦାସ , କୁଞ୍ଜବିହାରି ସରାଫ , ସାବିତ୍ରୀ ସାହୁ , ଘନଶ୍ୟାମ ସରାଫ , ଘନଶ୍ୟାମ ବିଶ୍ୱାଳ ପ୍ରମୁଖ 40ରୁ ଉର୍ଦ୍ଧ୍ୱ କବି ଉପସ୍ଥିତ ଥିଲେ ! ପରିଷଦ ତରଫରୁ ସମସ୍ତଙ୍କୁ ମାନପତ୍ର ଦେଇ ସମ୍ବୋଧିତ କରାଯାଇଥିଲା ! କବି ସତ୍ୟlନନ୍ଦ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ !

Comments (0)
Add Comment