ପିସି କାରବାର ରେ ଲିପ୍ତ ରେଙ୍ଗାଲି ସରପଞ୍ଚ

ଖପ୍ରାଖୋଲ ବ୍ଲକ ରେ ଦୁର୍ନୀତି ଯେମିତି ଡେରା ପକାଇ ବସି ଯାଇଛି। ପ୍ରତିଦିନ ଗଣମାଧ୍ୟମରେ ଆମେ ଅଞ୍ଚଳ ର ଦୁର୍ନୀତି ବିଷୟରେ ପଢିବାକୁ ଶୁଣିବାକୁ ପାଉଛୁ।ଏହା ଯେମିତି ଆମର ଅଭ୍ୟାସ ରେ ପରିଣତ ହୋଇଗଲାଣି। ଯେଉଁ ସାମ୍ବାଦିକ ଦୁର୍ନୀତି ଉପରେ ଖବର ପ୍ରକାଶ କରୁଛନ୍ତି ତାଙ୍କୁ ଟାର୍ଗେଟ କରାଯାଇ ନକଲି ସାମ୍ବାଦିକ ବୋଲି ବଦନାମ କରାଯାଉଛି। ସାମ୍ବାଦିକ ଙ୍କ ବିରୁଦ୍ଧରେ ଲୋକଙ୍କୁ ମତାଉ ଛନ୍ତି। ବାରମ୍ବାର ସାମ୍ବାଦିକ ଉପରେ ଆକ୍ରମଣ ଘଟଣା ରୁ ଜଣା ପଡୁଛି ଯେ ଦୁର୍ନୀତି ଅଞ୍ଚଳ ରେ ନିଜର କାୟା କେତେ ଦୃଢ଼ ଭାବରେ ବିସ୍ତାର କରି ଚାଲିଛି। ଏହିପରି ଏକ ଦୁର୍ନୀତି ର ଭିଜୁଆଲ ଆମ ହସ୍ତଗତ ହୋଇଛି। ରେଙ୍ଗାଲି ସରପଞ୍ଚ ସବିତା ମେହେର ଙ୍କ ପିସି କାରବାର ଉପରେ। ପଞ୍ଚାୟତ ରେ ଯେତେ କାମ ହେବ ସରପଞ୍ଚଙ୍କୁ ପିସି ନଦେଲେ ଠିକାଦାର ମାନଙ୍କର ବିଲ୍ ପାସ୍ ହେବାକୁ ଦେବେନାହିଁ ସରପଞ୍ଚ ମହୋଦୟା।

ଏହା ଆମେ କହୁ ନାହୁଁ ପଞ୍ଚାୟତର ଓ୍ବାଡ୍ ମେମ୍ବର ରାମେଶ୍ବର ବାଗ କଣ କହୁଛନ୍ତି ଶୁଣନ୍ତୁ————– ଆମେ ଏ ବିଷୟରେ ସରପଞ୍ଚ ସବିତା ମେହେର ଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି ଏହା ପିସି ନୁହେଁ ମୋ ଠାରୁ ଉଧାର ନେଇଥିବା ପଇସା ମତେ ବଦନାମ କରିବା ପାଇଁ ଚେଷ୍ଟା କରାଯାଉଛି। ଏହି ଭିଜୁଆଲ ରେ ଆପଣ ମାନେ ଦେଖୁଥିବେ ଜଣେ ବ୍ୟକ୍ତି ସରପଞ୍ଚଙ୍କ ଘରେ ସରପଞ୍ଚଙ୍କୁ କିଛି ଟଙ୍କା ଦେଉଛନ୍ତି ଓ ତାହା ସରପଞ୍ଚ ସେ ଟଙ୍କା ନେଇ ନିଜ ପାଖରେ ରଖୁଛନ୍ତି। ଯେଉଁ ବ୍ୟକ୍ତି ଜଣଙ୍କ ଟଙ୍କା ଦେଉଛନ୍ତି ସେ ହେଉଛନ୍ତି ରେଙ୍ଗାଲି ଗ୍ରାମ ର ଡାକ୍ତର ସାହୁ ସେ ପଞ୍ଚାୟତର କିଛି କାମ କରିଥିଲେ କିନ୍ତୁ ସରପଞ୍ଚଙ୍କୁ ପିସି ନଦେବାରୁ ତାଙ୍କର ବିଲ୍ ପାସ୍ ନକରି ତାଙ୍କୁ ହଇରାଣ କରିଥିଲେ ତେଣୁ ବାଧ୍ୟ ହୋଇ ଡାକ୍ତର ସାହୁ ସରପଞ୍ଚଙ୍କୁ ୨୦୦୦୦ ହଜାର ଟଙ୍କା ଦେଇଥିଲେ।ସେ ସମୟରେ ତାଙ୍କର ଜଣେ ସହଯୋଗୀ ଚତୁରତାର ସହ ଏହି ଭିଡିଓ ଟିକୁ ଉତ୍ତୋଳନ କରିଥିଲେ। ଆମେ ଡାକ୍ତର ସାହୁ ଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ପଇସା ନଦେବାରୁ ମତେ ହଇରାଣ କରୁଥିଲେ ତେଣୁ ମୁଁ ବାଧ୍ୟ ହୋଇ ୨୦,୦୦୦ ହଜାର ଟଙ୍କା ଦେଲି ତାପରେ ମୋର ବିଲ୍ ପାସ ହେଲା।ରେଙ୍ଗାଲି ପଞ୍ଚାୟତ ର ଲୋକଙ୍କ କହିବା ଅନୁସାରେ ପଞ୍ଚାୟତ ରେ ବହୁ ଦୁର୍ନୀତି ହେଉଛି ଏବଂ ସରପଞ୍ଚ ମନମୁଖୀ କାର୍ଯ୍ୟ କରୁଛନ୍ତି। ପ୍ରଶାସନ ଯଦି ସଠିକ୍ ଭାବରେ ତଦନ୍ତ କରିବ ତାହେଲେ ପଞ୍ଚାୟତ ରେ ହେଉଥିବା ବହୁ ଦୁର୍ନୀତି ର ପର୍ଦ୍ଦାଫାଶ ହୋଇପାରିବ।

Comments (0)
Add Comment