ସରକାରୀ ଡାକ୍ତରଖାନାରେ ଝୁଲୁଛି ତାଲା

ବଙ୍ଗୋମୁଣ୍ଡା :-ବଲାଙ୍ଗୀର ଜିଲ୍ଲାର ଶେଷସୀମାନ୍ତ ବର୍ତ୍ତୀ ଚାନ୍ଦୋତାରା ଅଞ୍ଚଳର ଜାମଖୁଣ୍ଟା ଠାରେ ତତ୍କାଳୀନ କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାଁ ଙ୍କ କରକାମଳରେ ସ୍ୟାଥ୍ୟସେବା ପାଇଁ ଶିଳାନ୍ୟାସ କରିଥିଲେ 2019ମସିହାରେ l ସବୁପ୍ରକାର ଭିତ୍ତିଭୁମୀ ତଥା ଆବଶ୍ୟକ ବିଲିଡିଙ୍ଗ ତିଆରି ହୋଇଥିଲେ ମଧ୍ୟ ତାଲା ବନ୍ଦହୋଇ ପଡ଼ିରହିଛି l ଏବେ ଏହି କରୋନା ସମୟରେ ଅଞ୍ଚଳବାସି ଉତ୍ତମ ସ୍ୟାଥ୍ୟସେବା ନ ପାଇଁ ମୃତ୍ୟୁ ମୁଖରେ ପଡୁଛନ୍ତି l ତେଣୁ ଏହି ମହାମାରୀ ସମୟରେ ଏହି ନୂତନ ପ୍ରାଥମିକହସ୍ପିଟାଲ ରେ ସେବାଦେବା ପାଇଁ ସମାଜସେବୀ ଅମରେନ୍ଦ୍ର ନନ୍ଦ, ଭୁଲେଶ୍ୱର ବଛା, ରବି ଛୁରା, ଜୟରାମ ରଣା, କୁନା ତାଣ୍ଡି, ଗୌର ଲାଲ ମହାନନ୍ଦ, ଫେରନ୍ତ ଜାଲ, ଲକ୍ଷେଶ୍ୱର ପୁଟେଲ, ପ୍ରସନ୍ନ ରଣା,ନେତ୍ର ବେହେରା,ତେଲୁ ରଣା,ଟଙ୍କ ସିଂ ଭୋଇ, ଚରଣ ଧରୁଆ, ଦିଲୀପ ଦୀପ ସହ ଅଞ୍ଚଳ ବାସୀଦାବୀ କରିଛନ୍ତି l ନଚେତ ଆଗାମୀ ଦିନରେ ଏହି ବିଷୟକୁ ନେଇ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି l

Comments (0)
Add Comment