ଶିକ୍ଷା ଦେଉଥିବା ବ୍ୟକ୍ତି ମାନେ ଭୁଲିଲେ କୋଭିଡ ନିୟମ

ବଲାଙ୍ଗୀର (କୋଶଲ ନ୍ୟୁଜ୍) ପ୍ରଶାସନିକ ଅଧିକାରୀ ଙ୍କ ସହିତ ଗଣମାଧ୍ୟମ ପ୍ରତିନିଧି ମାନେ ଭୁଲିଗଲେ କୋରୋନା କଟକଣା।କୋରୋନା କଟକଣା ସମୟରେ ଖପ୍ରାଖୋଲ ବ୍ଲକ ର ସାମ୍ବାଦିକ ମାନେ ଖପ୍ରାଖୋଲ ବ୍ଲକ ରେ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀ ମାନଙ୍କୁ ସମ୍ମାନୀତ କରିବା ସହିତ ବିଡ଼ିଓ ଶ୍ରୀ ତରଣୀ ସୁନା ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି। ଏହି ସମୟରେ ପ୍ରଶାସନିକ ଅଧିକାରୀ ମାନେ ଏବଂ ଗଣମାଧ୍ୟମର ପ୍ରତିନିଧି ମାନେ ଖୁଲମଖୁଲା କୋଭିଡ ନିୟମ ଉଲଘଂନ କରିଥିବା ଦେଖିବାକୁ ମିଳିଛି। ନାଁ ଥିଲା ସାମାଜିକ ଦୂରତା ନାଁ ଥିଲା ମୁହଁରେ ମାସ୍କ। ଲୋକଙ୍କୁ ସଚେତନ କରୁଥିବା ବ୍ୟକ୍ତି ଯଦି ନିୟମ ଉଲଘଂନ କରନ୍ତି ତାହେଲେ ଏହି ସମାଜକୁ ସୁଧାରିବ କିଏ। ଏହି ବିଦାୟ କାଳିନ ସମ୍ଭରଧନା ସଭାରେ ଖପ୍ରାଖୋଲ ର ନୂତନ ବିଡ଼ିଓ ଶ୍ରୀ ପ୍ରଭାତ କୁମାର ସାହୁ, ହରିଶଙ୍କର ରେଞ୍ଜର ଶ୍ରୀବତ୍ସ କୁମୁରା, ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ, ତହସିଲଦାର ଧିରଜ କୁମାର ପାତ୍ର ଓ ସହକାରୀ ଯନ୍ତ୍ରୀ ସୈମ୍ୟ କିଶୋର ଜୟପୁରିଆ ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଖପ୍ରାଖୋଲ ର ବହୁ ସାମ୍ବାଦିକ ଉପସ୍ଥିତ ଥିଲେ।

Comments (0)
Add Comment