ଜମି ପଟା କରାଇଦେବାକୁ ନେଉଥିଲେ ଲାଞ୍ଚ, ଧରିଲା ଭିଜିଲାନ୍ସ

କୋଶଲ ନ୍ୟୁଜ୍ ବ୍ୟୁରୋ : ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ତହସିଲ ବରିଷ୍ଠ କିରାଣୀ ଅସିତ ଯୋଶୀ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଜମି ପଟ୍ଟା କରାଇଦେବାକୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ।ଖବର ଅନୁଯାୟୀ.  ମୁରିବାହାଲ୍ ତହସିଲର ବରିଷ୍ଠ କିରାଣୀ ଅସିତ୍ ଯୋଶୀ ସହାଜପାଣି ଗାଁର ଥବିର ସାହୁଙ୍କଠାରୁ ଲାଞ୍ଚ ନେଉଥିଲେ । ଜମି ପଟ୍ଟା କରାଇଦେବାକୁ ୨୮ଶହ ଟଙ୍କା ଲାଞ୍ଚି ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ସେହିପରି ବଲାଙ୍ଗୀର ଓ ବରଗଡ଼ରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି ।
Comments (0)
Add Comment