ପକ୍କା ରାସ୍ତା ନିର୍ମାଣ ଓ ବନ୍ଦଥିବା ସରକାରୀ ସ୍କୁଲ ଖୋଲିବା ନେଇ ଭୋଟ ବର୍ଜନ ପାଇଁ ଚେତାବନି ଦେଲେ ଗ୍ରାମବାସୀ

ବଲାଙ୍ଗୀର(କୋଶଲ ନ୍ୟୁଜ୍):-ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ବଡ଼ପରା ଗାଁ ଏକ ରାଜସ୍ୱ ଗ୍ରାମ ଅଟେ l ଏହାର ଜନସଂଖ୍ୟା ହଜାରେ ଉର୍ଦ୍ଧ l ଗାଁ କୁ ଯିବାକୁ ଭଲ ରାସ୍ତା ମଧ୍ୟ ନାହିଁ l ବର୍ଷାଦିନେ ରାସ୍ତା କଥା ନ କହିବା ଭଲ l ପୁଣି ଗାଁରେ ଶିକ୍ଷାର ବିକାଶ ପାଇଁ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା l ଉକ୍ତ ଶିକ୍ଷାନୁଷ୍ଟାନରୁ ଅନେକ ବାହାରିଛନ୍ତି l ହେଲେ ୨୦୧୯ ମସିହାରୁ ଉକ୍ତ ଶିକ୍ଷାନୁଷ୍ଟାନ କୌଣସି କାରଣରୁ ବନ୍ଦକରି ଦେଇ ତୁରେକେଲା ସ୍କୁଲରେ ମିଶ୍ରଣ କରିଦେଇଛନ୍ତି l ଯାତାୟତ କରିବାରେ ଛାତ୍ରଛାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏଣୁ ସରକାର ଏହାର ପୁନଃବିଚାର କରିବାକୁ ଅନେକ ଥର ପ୍ରଶାସନଙ୍କୁ ସାକ୍ଷାତ କରିଥିଲେ ବି ସୁଫଳ ମିଳିଲାନି l ତେଣୁକରି ଗାଁବାସୀ ଆସନ୍ତା ନିର୍ବାଚନରେ ଭୋଟ ବର୍ଜନ ସହ ରାଜ୍ୟ ରାଜପଥ ଷୋହଳକୁ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି l

Comments (0)
Add Comment