ଅତାବିରା ଆଞ୍ଚଲିକ ବାରିକ ସଂଘର ଏକ ସାଧାରଣ ସଭା

ବରଗଡ଼(କୋଶଲ ନ୍ୟଜ୍): ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଗୋଡ଼ଭଗା ମା ସମଲେଇ ମନ୍ଦିର ପ୍ରାଙ୍ଗଣରେ ଅତାବିରା ଆଞ୍ଚଳିକ ବାରିକ ସଂଘର କାର୍ଯ୍ୟକାରୀ କମିଟି ର ଏକ ବିଶେଷ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଭାପତି ଭାବେ ଶ୍ରୀଯୁକ୍ତ ହରାଧନ ବାରିକ ଓ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ରଘୁନାଥ ବାରିକ ଉପସ୍ଥିତ ରହିଥିଲେ । ବାରିକ ସମାଜର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଅତାବିରା ଆଞ୍ଚଳିକ ବାରିକ ସଂଘକୁ କିଭଳି ଭାବରେ ସଂଘଠିତ କରି ସର୍ବାଙ୍ଗୀନ ଉନ୍ନତି ପାଇଁ ବ୍ଲକର ସମସ୍ତ ବାରିକ ସମାଜକୁ ଏକଜୁଟ କରି ଶକ୍ତିଶାଳୀ କରିବା ପାଇଁ ପ୍ରସ୍ତାବ ନିଆଯାଇଥିଲା । ବର୍ତ୍ତମାନ ବାରିକ ସମାଜ ଯେଭଳି ଭାବରେ ଅବହେଳିତ ଓ ଦରିଦ୍ୟ ଭାବରେ ଚଳି ଆସୁଛନ୍ତି । ଏପରିକି ସରକାରୀ ସାହାଯ୍ୟ କିଛି ମିଳିପାରୁ ନାହିଁ । ଏହା ଏକ ବଡ଼ ଦୁଃଖର ବିଷୟ ପାଲଟିଛି । ଏହି ମହାମାରୀ କରୋନାରେ ବାରିକ ସମାଜର ବୃତ୍ତିକୁ ହରାଇ ସରକାରଙ୍କ ନିୟମ ମାନି ଚଳି ଆସିଛନ୍ତି । ମହାମାରି କରୋନାର ସମସ୍ତ ନିୟମରେ ବାରିକ ସମାଜ ଚଳି ଆସୁଥିବାବେଳେ ବାରିକ ସମାଜ ପ୍ରତି ସୋତନ୍ତ୍ର ଦ୍ରୁଷ୍ଟି ଦେବା ପାଇଁ ସଭାରେ ଆଲୋଚନା କରାଯାଇଥିଲା । ଦେବର୍ଚ୍ଚନ ପସାୟତ, କାର୍ତ୍ତିକ ପସାୟତ, ସତ୍ୟ ପସାୟତ, ଜୀବର୍ଦ୍ଧନ ପସାୟତ, ଯଦୁମଣି ପସାୟତ, ନିତ୍ୟାନନ୍ଦ ପସାୟତ, ମାଟୁ ପସାୟତ, କିଶୋର ପସାୟତ, ମନୋହର ପସାୟତ, ସରୋଜ ବାରିକ, ଶଙ୍କର ପସାୟତ, ମନୋରଞ୍ଜନ ପସାୟତ ଓ କପିଳ ବାରିକ, ଯଦୁମଣି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଉପସ୍ଥିତ ଥିବା ବାରିକ ସମାଜ ସଦସ୍ୟ ମାନେ ନିଜ ନିଜ ମନ୍ତବ୍ୟ ପ୍ରକାଶ କରିଥିଲେ ।

Comments (0)
Add Comment