ବରଗଡ଼ ଜନ ସଂଖ୍ୟା ଫାଉଣ୍ଡେସନ ତରଫରୁ ଏକ ସାଧାରଣ ସଭା

ବରଗଡ଼(କୋଶଲ ନ୍ୟଜ୍) :ବରଗଡ଼, ଆଜି ବିଶ୍ୱ ଜନ ସଂଖ୍ୟା ଦିବସ ଅବସରରେ ବରଗଡ଼ ଜିଲ୍ଲା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜନ ସଂଖ୍ୟା ଫାଉଣ୍ଡେସନ୍ ତରଫରୁ ସଭାପତି ଶ୍ରୀଯୁକ୍ତ ସୁକାନ୍ତ ଦାଶଙ୍କ ନେତୃତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଗତ ୧୫ ତାରିଖ ଦିନ ବରଗଡ଼ ରେ ଜନ ସଂଖ୍ୟା ନିୟନ୍ତ୍ରଣ ସଚେତନ ରାଳି ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆଗାମୀ ଦିନରେ ଜନ ସଂଖ୍ୟା ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରାଯାଇଥିଲା । ମୁଖ୍ୟ ଅତିଥି ଭାବେ କେଦାରନାଥ ମିଶ୍ର, ଜିଲ୍ଲା ସଭାପତି ସୁକାନ୍ତ ଦାଶ, ଉପ ସଭାପତି ସପନ ବେହେରା, ସଂପାଦକ ହେମସଗାର ସାହୁ, କରୁଣାକର ପ୍ରଧାନ, ମାର୍ଗ ଦର୍ଶକ ଭରତ ବେହେରା, କମିଟିର ଜିଲ୍ଲା ସାମ୍ବାଦିକ ସୌମ୍ୟରଞ୍ଜନ ବେହେରା, ସଂଗଠନ ସଂପାଦକ ଦିଲ୍ଲୀପ ସାଥୁଆ ଉପସ୍ଥିତ ରହିଥିଲେ ।

Comments (0)
Add Comment