ଯୁଵାଖୋଲ ଗ୍ରାମର ଉଦୟ ମାନ ଯୁବକ ଆଶିଷ ଜ୍ୟୋତିଷ

ବରଗଡ଼ (କୋଶଲ ନ୍ୟଜ୍) ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର କଟାବାହାଲ ଅଧିକ ରେ ଥିବା ଯୁବାଖୋଲ ଗ୍ରାମ ଟି ପାହାଡ ପର୍ବତ ଘେରା ଅଞ୍ଚଳ ରେ ଅବସ୍ଥିତ l ଏ ଗ୍ରାମ ର ଉଦୟମାନ ଯୁବକ ଆଶିଷ ଜ୍ୟୋତିଷ ବିଭିନ୍ନ ଅଞ୍ଚଳ କୁ ଯାଇ ସମାଜ ସେବା କାର୍ଯ୍ୟରେ ନିଜକୁ ସମର୍ପିତ ହୋଇ ଚାଲିଛନ୍ତି lତାଙ୍କ ସହିତ ଆମ ପ୍ରତିନିଧି କଥାବାର୍ତ୍ତା ସମୟରେ ଶ୍ରୀ ଜ୍ୟୋତିଷ କହନ୍ତି-ସହରାଂଚଳ ବିକାଶ କୁ ସରକାର ପ୍ରାଧାନ୍ୟ ଦେବା ସଂଗେସଂଗେ ଯଦି ଗ୍ରାମାଞ୍ଚଳ ଆଡେ ଟିକିଏ ନଜର ଦିଅନ୍ତେ ତେବେ ମହାମାରୀ କରୋନା ନିଶ୍ଚିତ ରୂପେ ଭାରତ ବର୍ଷ ରୁ ବିଦାୟ ନେବ କାରଣ ଗ୍ରାମାଞ୍ଚଳ ର ଲୋକେ ସଚେତନତା କୁ ପ୍ରାଧାନ୍ୟ ଦେଉନାହାନ୍ତି l


ବିନା ମାକ୍ସ, ସାମାଜିକ ଦୂରତା କୁ ଭୃକ୍ଷେପ କରୁନାହାନ୍ତି, ବିଭିନ୍ନ ସ୍ଥାନରେ ଜମା ହୋଇ ତାସଖେଳ ର ଆସର ରେ ମଜ୍ଜି ରହୁଛନ୍ତି lତେଣୁ ମୁଁ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ସଚେତନ ସାଙ୍ଗକୁ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିଛି lଆଜି ନିଜ ଗାଁ ମାଟି ଯୁବାଖୋଲ ରେ ମାକ୍ସ ବଣ୍ଟନ କରାଯାଇଛି ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ lଏ ଭଳି ମହତ୍ କାର୍ଯ୍ୟ ରେ ନିଜକୁ ସାମିଲ କରି ସେ ଖୁବ ଶାନ୍ତି ଅନୁଭବ କରୁଛନ୍ତି ବୋଲି କହିଥିଲେ

Comments (0)
Add Comment