ତାଲମେଂଡା ଅସହାୟ କୁନାଲ ନିକଟରେ ଭେଡେନ ପ୍ରଶାସନିକ ଅଧିକାରୀ ଙ୍କ ପ୍ରତିଶ୍ରୁତି

ବରଗଡ଼(କୋଶଲ ନ୍ୟଜ୍) ବରଗଡ ଜିଲ୍ଲା ତାଲମେଂଡା ଗ୍ରାମ ର ରଂଗାଟିକରା ଠାରେ ଗତ ୨୯ ତାରିଖରେ ଏକ ମର୍ମନ୍ତୁଦ ହତ୍ଯା ଘଟିଯାଇଛି। ଏହି ଘଟଣା ରେ ଟିକେସ୍ଵର ଖରସେଲ କୌଣସି କାରଣବଶତଃ ସ୍ତ୍ରୀ କଳ୍ପନା କୁ ବାଡ଼ି ଓ ଶାବଳ ରେ ପିଟି ପିଟି ମାରିଦେବା ଘଟଣା ଅଞ୍ଚଳ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ତାକଂର ଏକ ମାତ୍ର ପୁଅ କୁନାଲ ୧୦ ବର୍ଷ ଅସହାୟ ହୋଇ ଯାଇଛି। ବାପା ଜେଲ ର ଚାରିକାନ୍ଥ ଭିତରେ ମା ଆରପାରି ରେ ବର୍ତମାନ କୁନାଲ ଅସହାୟ ଅବସ୍ଥା ରେ ବଡ ବାପା ଓ ବଡମାଁ ନିକଟରେ ଆଶ୍ରୟ ନେଇଥିବା ଜଣାପଡିଛି। ଏତେ କମ୍ ବୟସର କୁନାଲ ନିସହାୟ, ଅସହାୟ ଓ  ଚାପ ଗ୍ରସ୍ତରେ ସମୟ ଅତିବାହିତ କରିବାକୁ ହେବାକୁ ପଡୁଛି। ଏହା ସହିତ ପାଠ ପଢିବ ନା ଜୀବନ ସହିତ ସଂଗ୍ରାମ କରିବ ମାନସିକ ସ୍ତରରେ ସମୟ ଅତିବାହିତ କରିବାକୁ ପଡୁଛି। ତାଲମେଂଡା ସରପଞ୍ଚ ସମୀର ସେଟ ପ୍ରଶାସନିକ ଅଧିକାରୀ ମାନକୁଂ ଜଣାଇ ପରେ,  ଭେଡେନ ତହସିଲଦାର ଅନୀଲ କୁମାର ହୋତା, ଭେଡେନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ ଓ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପ୍ରତିଶ ଦୋରା ରଂଗାଟିକରା ପହଞ୍ଚି ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ,   ଏହାସହିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ୱାର୍କର ବବିତା ସ୍ଵାଇଁ,ପ୍ରଭାତ ଓ ତାକଂର ସହିତ ତାଲମେଂଡା ସରପଞ୍ଚ ସମୀର ସେଟ ଓ ଗ୍ରାମବାସୀ ଉପସ୍ଥିତ ରହି ଥିଲେ ।

ପ୍ରଶାସନିକ ଅଧିକାରୀ ମାନେ ଯେଉଁ ଠାରୁ ଯେତିକି  ସାହାଯ୍ୟ କରିଯାଇପାରିବ , ସାହାଯ୍ଯ କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଗ୍ରାମବାସୀ ଅଭିଯୋଗ କରିଥିଲେ, ସରକାରୀ ପ୍ରୋତ୍ସାହନ ଶୀଘ୍ର ମିଳିବାକୁ ଦାବୀ ଜଣାଇଛନ୍ତି। 

Comments (0)
Add Comment