ଦୁର୍ନୀତିର ଗନ୍ତାଘର : ଚିଖିଲି ପଂଚାୟତ

ବରଗଡ଼(କୋଶଲ ନ୍ୟଜ୍) :ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମ ପଂଚାୟତରେ ଦେଖିବାକୁ ମିଳୁଛି ଗୋଟିଏ ପରେ ଗୋଟିଏ ରହସ୍ୟାତ୍ମକ ଦୁର୍ନୀତିର ମାୟାଖେଳ l ଦୁଇମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ଆର୍ଥିକ ବର୍ଷ 2020-21 ରେ ଚିଖିଲି ଗ୍ରାମର ଅଶ୍ୱିନୀ ଦାଶ, ପିତା କୃଷ୍ଣଚନ୍ଦ୍ର ଦାଶ [OR1652887] ପ୍ରଧାନମନ୍ତ୍ରୀ ଆବାସଗୃହ ନିର୍ମାଣ ନ କରି ସରପଞ୍ଚ ପ୍ରେମରାଜ ଅଗ୍ରୱାଲଙ୍କର ବଡ଼ ଭାଇ ଉମାଶଙ୍କର ଅଗ୍ରୱାଲଙ୍କର ବ୍ୟକ୍ତିଗତ ଘରରେ ଫୋଟୋ ଉଠାଇ ସମସ୍ତ ଟଙ୍କା ଆତ୍ମସାତ କରିଥିବାର ପ୍ରଣାମଯୁକ୍ତ ଖବର ସାମ୍ନାକୁ ଆସିଥିଲା l କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆର୍ଥିକ ବର୍ଷ 2019-20ରେ ଚିଖିଲି ଗ୍ରାମର ଅଶୋକ ମହାପାତ୍ର, ପିତା ଘନଶ୍ୟାମ ମହାପାତ୍ର [OR1003791] ପ୍ରଧାନମନ୍ତ୍ରୀ ଆବାସଗୃହ ପାଇ ପୁଣିଥରେ ଆର୍ଥିକବର୍ଷ 2020-21ରେ ଅଶୋକ ମହାପାତ୍ର, ପିତା ଘନଶ୍ୟାମ ମହାପାତ୍ର [OR1654337] ଙ୍କ ନାମରେ ଘର ଆସିଥିଲା ଯାହାକି ଅଶୋକ ମହାପାତ୍ରଙ୍କର ବଡ଼ ଭାଇ ସନ୍ତୋଷ ମହାପାତ୍ର, ପିତା ଘନଶ୍ୟାମଙ୍କର ଜମାରାଶି ଖାତାରେ ଟଙ୍କା ପଡି ସମସ୍ତ ଟଙ୍କା ଆତ୍ମସାତ କରିବା ସହିତ ଗୃହ ନିର୍ମାଣ ମଧ୍ୟ କରିନାହାନ୍ତି l ପୁଣି ଚିଖିଲି ପଂଚାୟତ ଅଧିନରେ ଥିବା ଖଲାବାହାଲ ଗ୍ରାମର ରାଜେନ୍ଦ୍ର ରଣା ପିତା ରଘୁ ରଣା [OR1637440]ଙ୍କ ନାମରେ ଆସିଥିବା ଘରକୁ ଉପେନ୍ଦ୍ର ରଣା ପିତା ଗିରିଧାରୀ ରଣା ନିବାସୀ- ଖଲାବାହାଲ ଗୃହ ନିର୍ମାଣ କରିବା ସହିତ ତାଙ୍କ ଜମାରାଶି ଖାତାରେ ସମସ୍ତ ଟଙ୍କା ପଡୁଥିବାର ଅଭିଯୋଗ କରିଛନ୍ତି ହିତାଧିକାରୀ ରାଜେନ୍ଦ୍ର ରଣା l ଏ ସମ୍ପର୍କରେ ରାଜେନ୍ଦ୍ର ରଣା ଚିଖିଲି ପଂଚାୟତର ସରପଞ୍ଚ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗାଇସିଲେଟ ଜଣାଇବା ପରେ ଶ୍ରୀଯୁକ୍ତ ପ୍ରେମରାଜ ଅଗ୍ରୱାଲ ସରପଞ୍ଚ ଏହାର ତଦନ୍ତ କରି ରାଜେନ୍ଦ୍ର ସତ୍ୟାସତ୍ୟ ଜାଣିବାକୁ ପାଇଲେ ଯେ ରାଜେନ୍ଦ୍ର ରଣାଙ୍କର ନାମରେ ଆସିଥିବା ଗୃହକୁ ଉପେନ୍ଦ୍ର ରଣା ନିର୍ମାଣ କରିଛନ୍ତି l

ଏ ସମ୍ପର୍କରେ ବାରମ୍ବାର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗାଇସିଲେଟ, ଜିଲ୍ଲାପାଳ ବରଗଡ଼ଙ୍କୁ ଜଣାଇବା ସତ୍ତ୍ୱେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି l ତେଣୁ ଚିଖିଲି ପଂଚାୟତ ଗୋଟିଏ ଦୁର୍ନୀତି ଗନ୍ତାଘର ପାଲଟିଯାଇଛି l ସରପଞ୍ଚଙ୍କର ଅଜାଣତରେ କାର୍ଯ୍ୟନିର୍ବାହୀ ଅଧିକାରୀ[E.O] କୁନୁ ସେଠ ଏବଂ ଜିଓଟେକ ଧିରେନର ଏ ପ୍ରକାର ଚିଖିଲି ପଂଚାୟତରେ ଏକ ଦୂଷିତକର ପରିବେଶ ସୃଷ୍ଟି ହେଉଛି l ଏ ପ୍ରକାର ଦୁର୍ନୀତିରେ ଯେଉଁମାନଙ୍କର ହାତଅଛି ସେମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରିବା ସହିତ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l

Comments (0)
Add Comment