ଥାନା ଘେରାଉ କଲେ ଆଦିବାସୀ ଓଵିସି ଦଲିତ ସେନା

ବରଗଡ଼(କୋଶଲ ନ୍ୟଜ୍)ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା କେଶ ନମ୍ବର ୧୦୧ ତା ୧୬.୦୬.୨୧ରିଖ ଥିବା ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ଗିରିଜା ବରିହା, ବିନନ୍ଦ ବରିହା, ବିଦ୍ୟାଧର ବରିହାଏବଂ କେଶ ନମ୍ବର ୮୯ ତା୦୬.୦୭.୧୮ରିଖ ମୋକଦ୍ଧମା ଘର ଡ଼ିହି ଜମି ଦଖଲ ଦାବିରେ ଯଶୋବନ୍ତି ଛିଚୁଆ, ବିଦ୍ୟାଧର ଛିଚୁଆ ଆମରଣ ଅନଶନ କାରୀଙ୍କୁ ଓଡିଶା ଆଦିବାସୀ ଓବିଶି ଦଳିତ ସେନା ଗାଇସିଲେଟ ଶାଖା ପକ୍ଷରୁ ସମର୍ଥନ ଏବଂ ଗଣଧାରଣା ବସିଛନ୍ତି, ଓଡିଶା ଆଦିବାସୀ ଓବିଶି ଦଳିତ ସେନା ରାଜ୍ୟ ସଭାପତି ଗୋବର୍ଦ୍ଧନ ଭୁଏଙ୍କ ନେତୃତ୍ୱରେ ଆମ୍ବେଦକର ଛକରୁ ଶତାଧିକ ମହିଳା ଏବଂ ପୁରୁଷ ଏକ ରେଲି ବାହାରି ଥାନା ସମ୍ମୁଖରେ ପହଞ୍ଚିଥିଲେ,ପୋଲିସ ପ୍ରଶାସନଙ୍କ ଆଲୋଚନା ହୋଇଥିଲେ ମଧ୍ୟ ବିଫଳ ହୋଇଥିଲା, ବ୍ଲକ ସଭାପତି ଶଶୀଭୂଷଣ ବରିହା, ଗୋପାଳ ଭୁଏ, ସଞ୍ଜୟ ଜରଜରିଆ, ଯଜ୍ଞେସ୍ବର ପଧାନ, ଅଚ୍ୟୁତ ସାହୁ, ଆଶିଷ ଜ୍ୟୋତିଷ ସୋମନାଥ ସାହୁ ଏବଂ ଶତାଧିକ ମହିଳା ଏବଂ ପୁରୁଷ ଆନ୍ଦୋଲନ ରେ ସାମିଲ ହୋଇ ସମର୍ଥନ ଜଣାଇଛନ୍ତି।

ପୋଲିସ ଏପର୍ଯ୍ୟନ୍ତ ଜଣେକୁ ଗୋଲାପ ପଧାନକୁ ଗିରଫ କରି ସାରିଛି,ଏସ. ଡି.ପି. ଓ ପ୍ରଦୀପ କୁମାର ସାହୁ, ଆଇ ଆଇ ସି ସୁଷମା କୁଅଁର, ମେଳଛାମୁଣ୍ଡା ଓ ଆଇ ସି ସ୍ୱପ୍ନା ରାଣୀ ଗୋଛାୟାତ ଉପସ୍ଥିତିଥିଲେ ,ପ୍ରଦୀପ କୁମାର ସାହୁ ଅଭିଯୁକ୍ତ ମାନଙ୍କୁ ସାତ ଦିନ ମଧ୍ୟରେ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅନଶନ କାରୀ ଆନ୍ଦୋଳନ ସ୍ଥଗିତ କରିଥିଲେ

Comments (0)
Add Comment