ପେଟୁପାଲି ରେ ମାଗଣାରେ କାଢ଼ା ବଣ୍ଟନ

ବରଗଡ଼ (କୋଶଲ ନ୍ୟୁଜ୍) : ସୋହେଲା ବ୍ଲକ ଘେଁସ ନିକଟସ୍ତ ପେଟୁପାଲି ଗ୍ରାମ ପଞ୍ଚାୟତ ରେ କୋରନା ସଂକ୍ରମଣ କୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(RSS) ଏବଂ ସେବା ଭାରତୀ (ଓଡିଶା ପଶ୍ଚିମ) ସୋହେଲା ଖଣ୍ଡ ଙ୍କ ମିଳିତ ଅନୁକୂଲ୍ୟ ରେ ସ୍ବଦେଶୀ ବନସ୍ପତି “କାଢା” ବଣ୍ଟନ କରାଯାଇଥିଲା । ଉକ୍ତ କାଢା କିପରି ଏବଂ କେଉଁ କେଉଁ ଜିନିଷ ରେ ତିଆରି ହୁଏ ତାହା ମଧ୍ୟ କୁହାଯାଇ ଥିଲା । ପ୍ରକାଶ ଅଛି କି ଆୟୁଷ ମନ୍ତ୍ରଣାଳୟ ଭାରତ ସରକାର ଙ୍କ ଦ୍ଵାରା ଅନୁମୋଦିତ ବନସ୍ୱତୀ ରୁ ତିଆରି ସୁଦ୍ଧ କାଢା ମଣିଷ ଶରୀରରେ ରୋଗ ପ୍ରତିଶୋଧକ ଶକ୍ତି (immunity syatem ) ବଢ଼ାଇ ବାରେ ସାହାର୍ଯ୍ୟ କରେ। ଉକ୍ତ କାର୍ଯ୍ୟକ୍ରମ ରେ RSS ସଭ୍ୟ ନରେନ ମେହେର, ସୁଜିତ ବେହେରା, ଜୟନ୍ତ ପଧାନ, ସୁମନ୍ତ ପଧାନ, ଏବଂ ବଜରଙ୍ଗ ଦଳ ର ସଭ୍ୟ ରାଜେଶ ନନ୍ଦ ଉପସ୍ଥିତ ଥିଲେ।

ଉକ୍ତ ପୂର୍ଣ୍ୟ କାର୍ଯ୍ୟ ପାଇଁ ପେଟୁପାଳି ରୁ ସୁମନ୍ତ ମେହେର ସେମାନଙ୍କୁ ଧନ୍ୟବାଦ କରିଥିବା ବେଳେ ଜଗନ୍ନାଥ କଲା ସଂସ୍କୃତି ସଂକୀର୍ତ୍ତନ ସେବାବିକାଶ ପରିସଦ କଳାହାଣ୍ଡି ଜିଲ୍ଲା ସଭାପତି ସୁଶାନ୍ତ ମଲ୍ଲିକ ଏପରି ମହତ କର୍ଯ୍ୟକୁ ସମସ୍ତ ଙ୍କୁ video calling ମାଧ୍ୟମରେ ଶୁଭେଚ୍ଛା ସହ ଧନ୍ୟବାଦ ଜଣାଇଛନ୍ତି

Comments (0)
Add Comment