ଗ୍ୟାସ ଟାଙ୍କି ଫାଟି ଘର ଭସ୍ମିଭୂତ,ଅଳ୍ପକେ ବର୍ତ୍ତିଲା ପରିବାର

ବରଗଡ଼ (କୋଶଲ ନ୍ୟଜ୍):ଵରଗଡ- ଗ୍ୟାସ ଟାଙ୍କି ଫାଟି ଯିବାରୁ ଗୋଟିଏ ଘର ଭସ୍ମିଭୂତ ହୋଇଯାଇଛି,ଅଳ୍ପକେ  ପରିବାର ଲୋକେ ବର୍ତ୍ତିଯାଇଛନ୍ତି । ଘଟଣାରୁ ପ୍ରକାଶଯେ ଅତାବିରା ବ୍ଲକ ଅନ୍ତର୍ଗତ ଜହ୍ନାପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମରହାଟିକିରା ଏମ୍.ପଦ୍ମାବତି ସକାଳ ୧୦ଘଣ୍ଟା ସମୟରେ ରୋଷେଇ କରୁଥିଲେ । ଟାଙ୍କିର ଗ୍ୟାସ ଶେଷ ହୋଇଯିବାରୁ ଅନ୍ୟ ଏକ ସିଲିଣ୍ତର ବଦଳକରିଥିଲେ । ମାତ୍ର ସିଲିଣ୍ତର ମଝିରୁ ଗ୍ୟାସ ଲିକ ହୋଇ ଜଳିବାରେ ଲାଗିଲା । ସେ ସଙ୍ଗେ ସଙ୍ଗେ ରେଗୁଲେଟର ବନ୍ଦ କରିଥିଲେ । ମାତ୍ର ଟାଙ୍କି ମଝିରେ ଜଳୁଥିବାରୁ ତାହା ବନ୍ଦ ହୋଇନଥିଲା ଏବଂ ନିଆଁ ଘରେ ଲାଗିଯାଇଥିଲା । ଝିଅ ଘର ଭିତରେ ରହିଯାଇଥିଲା । ତାକୁ ଘର ପଛପଟୁ ବାହାର କରିଥିଲେ । ପରେ ଗ୍ୟାସ ଟାଙ୍କିଟି ଫାଟି ଯାଇଥିଲା । ଚାଳଘର ହୋଇଥିବାରୁ ଦେଖୁଦେଖୁ ସବୁ ଛାରଖାର ହୋଇଯାଇଥିଲା । ଅତାବିରା ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ସବୁ ଜଳି ସାରିଥିଲା । ପଦ୍ମାବତିଙ୍କ କହିବା ଅନୁସାରେ ଘରେଥିବା ୮୦ହଜାର ଟଙ୍କା,୪ଭରି ସୁନା,୩ଟି ଆଲମିରା,ଫ୍ରୀଜ,ଟିଭି,ଚାଉଳ,ଆସବାବ ପତ୍ର ସବୁ ପୋଡି ନଷ୍ଟ ହୋଇଯାଇଛି । ପୁଣି ସେ ଟେଲର କାମ କରୁଥିବାରୁ ବହୁ ଲୋକଙ୍କ କପଡା ଜଳିପୋଡି ନଷ୍ଟ ହୋଇଯାଇଛି ।

ଅତାବିରା ତହସିଲଦାର ଦୁର୍ଯ୍ୟୋଧନ ଭୋଇ,ଜହ୍ନାପଡା ସରପଞ୍ଚ ଅନିଲ ସାହୁ,ଆର ଆଇ ସେଠାକୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପରେ ବିଜେପିର ଏକ ପ୍ରତିନିଧି ଦଳ ପହଞ୍ଚିଥିଲେ । ବିଜେପି ଜଲ୍ଲା ଉପସଭାପତି ଶୁଶାନ୍ତ ମିଶ୍ର ଆର୍ଥିକ ସହାୟତା ସହିତ ରାସନ ସାମଗ୍ରୀ ପରିବାରକୁ ଦେଇଥିଲେ । ପ୍ରତିନିଧି ଦଳରେ କୁଶ କମ୍ଭାର,ନିରୋଜ ବାରିକ,ଜିତୁ ଭୋଇ,ବୀରେନ୍ଦ୍ର ହୋତା ପ୍ରମୁଖ ସାମିଲ ଥିଲେ । ସରକାରୀ ସହାୟତା ପାଇଁ ପଡାବାସୀ ଦାବୀ କରିଛନ୍ତି ।

Comments (0)
Add Comment