କୁବେଡେଗା ପଞ୍ଚାୟତ ର ପ୍ରାଥମିକ ବିଦ୍ୟାଳୟ ପରିସରରେ ଠାରେ ୮ ଲକ୍ଷ ଟଙ୍କା ବ୍ୟୟ ରେ ଦୁଇଟି ନବ ନିର୍ମିତ ଶ୍ରେଣୀ କୋଠରୀ ଉଦଘାଟିତ ହୋଇଯାଇଛି

ବରଗଡ଼(କୋଶଲ ନ୍ୟଜ୍)ବରଗଡ ଜିଲ୍ଲା ଭେଡେନ ଵ୍ଳକ କୁବେଡେଗା ପଞ୍ଚାୟତ ର ଛାଲୁକୁଲୁଣ୍ଡା ଗ୍ରାମ ର ପ୍ରାଥମିକ ବିଦ୍ୟାଳୟ ପରିସରରେ ୮ ଲକ୍ଷ ଟଙ୍କା ବ୍ୟୟ ରେ ଦୁଇଟି ଶ୍ରେଣୀ କୋଠରୀ ଉଦଘାଟିତ ହୋଇଯାଇଛି। ଏଥିରେ ପୁର୍ବତନ ସ୍କୁଲ ଇନ୍ସପେକ୍ଟର ଭଗବାନ ପ୍ରଧାନ ସଭାପତିତ୍ବ  ସଭା ପରିଚାଳନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ କୁବେଡେଗା ପଞ୍ଚାୟତ ର ସରପଞ୍ଚ ଲକ୍ଷ୍ମୀପ୍ରିୟା ଭୋଇ କଂ କର କମଳରେ ଉଦଘାଟିତ ହୋଇଯାଇଛି। ଉକ୍ତ ଦୁଇ କୋଠରୀ କୁ  ଅଂଚଳର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସ୍ଵର୍ଗତ ମଙ୍ଗଳୁ ପ୍ରଧାନ ଓ ସମାଜସେବୀ ତଥା ବିଦ୍ୟାଳୟ ର ପ୍ରତିଷ୍ଠାତା ସ୍ଵର୍ଗତ ବିରଞ୍ଚି ନାରାୟଣ ଭୋଇ ଙ୍କ ନାମରେ ନାମିତ କରାଯାଇଛି। ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ସୁବୋଧ କୁମାର ଶତପଥୀ, ଶିକ୍ଷକ ଲଲିତ କୁମାର ସାହୁ,ପ୍ରଦୀପ କୁମାର ପାଣିଗ୍ରାହୀ, ହରିହର କଠାର, ସିନେ ଜଗତର ବିଶିଷ୍ଟ କଳାକାର  ଛବିଳ ପ୍ରଧାନ ଉପସ୍ଥିତ ଥିଲେ। ଏହା ସହିତ ବିଦ୍ୟାଳୟ ପରିଚାଳନା କମିଟି, ପଞ୍ଚାୟତ ୱ୍ଆର୍ଡ ସଭ୍ୟ /ସଭ୍ୟା ଥିଲେ। ଏହି ଉଦଘାଟନ ଉତ୍ସବ ରେ କୋବିଡ ୧୯ ର ନିୟମାବଳୀ ଅନୁଯାୟୀ ପାଳନ କରାଯାଇଥିଲା। ଏହି ଅବସରରେ ସହଯୋଗ କରିଥିଲେ ପୂର୍ବତନ ସରପଞ୍ଚ ତଥା ସାହିତ୍ୟିକ ଉତ୍ପନ୍ନ କୁମାର ଭୋଇ, ନାଏବ ସରପଞ୍ଚ ରାଜକୁମାର ପ୍ରଧାନ, ଗୋପାଳ ଭେସରା, ରମେଶ କଠାର, ଅବନୀ ପ୍ରଧାନ ପ୍ରମୁଖ। ଅରୁଣ କୁମାର ଭୋଇ ଅତିଥି ପରିଚୟ ପ୍ରଦାନ ସହିତ ଧନ୍ୟବାଦ ଅର୍ପଣ କରିଥିଲେ। 

Comments (0)
Add Comment