ବୁକୁରାମୁଣ୍ଡା ସ୍ୱାସ୍ଥ୍ୟ ଉପକେନ୍ଦ୍ର ତରଫରୁ ରାଲି ଆୟୋଜନ

ବରଗଡ଼ (କୋଶଲ ନ୍ୟୁଜ) :-ସମଗ୍ର ଓଡ଼ିଶା ରାଜ୍ୟରେ ମହାମାରୀ କରୋନା ର ମୂଳୋତ୍ପାଟନ ପାଇଁ ରାଜ୍ୟ ସରକାର ଙ୍କ ପ୍ରୟାସ କୁ ସବୁ ସ୍ତରରେ ସ୍ୱାଗତ କରାଯାଇଛି lଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଗାଁ କଲ୍ୟାଣ ସମିତି କୁ ଆର୍ଥିକ ରାଶି ଯୋଗାଇ ଦେଇ ଗାଁ ମାନଙ୍କରେ ଲୋକଙ୍କୁ ସଚେତନ କରିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି lଆଜି ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଲସାନୀ ଗାଁ କଲ୍ୟାଣ ସମିତି ଅଧିନରେ ଯାଉଥିବା କୁର୍ରିଚୁଆଁ ଗ୍ରାମ ର ସ୍କୁଲ ଠାରୁ ମହିଳା ସ୍ବାସ୍ଥ୍ୟକର୍ମୀ କବିତାଞ୍ଜଳୀ ଦାଶ ଙ୍କ ତତ୍ବାବଧାନରେ ଏକ ସଚେତନତା ରାଲି ର ଆୟୋଜନ କରାଯାଇ ସମଗ୍ର ଗାଁ ପରିକ୍ରମା କରାଯାଇଥିଲା lଆଶା ଦିଦି ଲତା ବରିହା ମେଗା ଫୋନ ଜରିଆରେ ବିଭିନ୍ନ ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନତା ର ବାର୍ତ୍ତା ଶୁଣାଉଥିବାବେଳେ, ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ ର ଓ୍ୱାର୍ଡମେମ୍ବର ଶ୍ରୀମତୀ ପ୍ରେମାବତୀ ବେହେରା, ଅଙ୍ଗନବାଡ଼ି ଦିଦି ଶ୍ରୀମତୀ ଧନମତୀ ବରିହା ରାଲି ସହ ସାମିଲ ହୋଇ କାର୍ଯ୍ୟକ୍ରମ କୁ ସର ସୁନ୍ଦର କରିବାରେ ସକ୍ଷମ ହୋଇଥିଲେ l

Comments (0)
Add Comment