ରେମଣ୍ଡା ଗ୍ରାମ ର ସରକାରୀ ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟ ଆଦର୍ଶ ବିଦ୍ୟାଳୟ ପାଇଁ ମନୋନୀତ ହୋଇଯାଇଛି

ଵରଗଡ(କୋଶଲ ନ୍ୟଜ୍) :ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେମଣ୍ଡା ଗ୍ରାମ ର ସରକାରୀ ବିଦ୍ୟାଳୟ ଉଚ୍ଚ ବିଦ୍ୟାଳୟ ଆଦର୍ଶ ବିଦ୍ୟାଳୟ ପାଇଁ ମନୋନୀତ ହୋଇଯାଇଛି । ସମଗ୍ର ଅଂଚଳରେ ଆନନ୍ଦ ଉଲ୍ଲାସ ଖେଳିଯାଇଛି। ଆଦର୍ଶ ବିଦ୍ୟାଳୟ ରୂପେ ମାନ୍ଯବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ୫ଟି ଆଧାର ରେ ମନୋନୀତ କରାଯାଇଛି। ଆଜି ଭେଡେନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ ଓ ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ସମେତ ଉଚ୍ଚ ସ୍ତରୀୟ କମିଟି ପରିଦର୍ଶନ ରେ ଆସିଥିଲେ। ବିଦ୍ୟାଳୟର ଭିତ୍ତିଭୂମି, କ୍ଷେତ୍ର ପରିଦର୍ଶନ, ଆନୁଷଙ୍ଗିକ ବ୍ୟବସ୍ଥା ଆଲୋଚନା ଓ ପର୍ଯ୍ୟାଲୋଚନା କରିଯାଇଛନ୍ତି।

ଏହି ସମୟରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଜୟ କୁମାର ଜେସ୍ଵଲ, ଭେଡେନ ବ୍ଲକ ଅଧ୍ୟକ୍ଷ ଡ଼ୋଲାମଣୀ କ୍ଷେତି, ସ୍ଥାନୀୟ ସରପଞ୍ଚ ରାମେଶ୍ୱରୀ ନନ୍ଦ, ସମିତି ସଭ୍ୟ ଶିବ ପ୍ରସାଦ ଖମାରି, ପରିଚାଳନା କମିଟି ର ସଭାପତି ତୋଷବନତ ବେହେରା ଓ ପରିଚାଳନା କମିଟି ର ସଦସ୍ୟମାନେ ଉପସ୍ଥିତ ରହି ଥିଲେ ।ପରିଶେଷରେ ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ। 

Comments (0)
Add Comment