ବନ୍ଦୀ ଜୀଵନରୁ କେଵେ ମୁକୁଲିଵ ରିନଟୁ ମୁଦୁଲି ସରକାରୀ ଚିକିତ୍ସା ଅପେକ୍ଷାରେ

ବରଗଡ଼(କୋଶଲ ନ୍ୟଜ୍) ବରଗଡ ଜିଲ୍ଲା ଭେଡେନ ବ୍ଲକ ତାଲମେଂଡା ପଂଚାୟତ ସହଁରାଟିକରା ଠାରେ ଏକ ନିସହାୟ ଓ ଅସହାୟ ପରିବାର ବସବାସ କରନ୍ତି। ନିଜର ଜମି ବାଡି କିଛି ନାହିଁ ଅନ୍ୟ ର ଜାଗା ରେ କୁଡିଆ ଘର ଆଶ୍ରୟ କରି ରହନ୍ତି। ଗତ ତିନି ବର୍ଷ ହେଲା ସ୍ଵାମୀ ଆରପାରିକୁ ଚାଲିଗଲେ। ବର୍ତମାନ ହାରା ମୁଦୁଲି ଏକ ମାତ୍ର ପୁଅ ରିନଟୁ ମୁଦୁଲି ବୟସ ୨୬ ବର୍ଷ ହେଲାଣି, ଜଣେ ମାନସିକ ରୋଗୀ ତାକଂର ହାତ, ଗୋଡ ରେ ଲୁହା ଶିକୁଳି ଲାଗି ରହିଥିବାରୁ ମାଆଁ ହାରା ଅନ୍ୟ କାମ କରିବାକୁ ଇଚ୍ଛା ଥିଲେ ବି ଯାଇପାରନ୍ତି ନାହିଁ। ପୁଅ ର ସେବା କରିବାରେ ତାଙ୍କର ସମୟ ସରି ଯାଏ। ପୁଅ ର ସମସ୍ତ ନିତ୍ୟ କର୍ମ କରିବାକୁ ପଡିଥାଏ।

ବର୍ତମାନ ସରକାରୀ ସାହାଯ୍ଯ କହିଲେ ବିଧବା ଭତ୍ତା ଓ ପୁଅ ର ବିକଲାଂଗ ଭତ୍ତା ସହିତ ବିପିଏଲ୍. ଚାଉଳ ୧୦ କେଜି ପାଉଛନ୍ତି। ବର୍ତମାନ ପୁଅର ଔଷଧ ଖର୍ଚ୍ଚ ବାବଦରେ ମାସକୁ ୨୦୦୦ ହଜାର ଫଳରେ ଉଭୟ ମାଁ ଓ ପୁଅ ଚଲିବା କଷ୍ଟ ସାଧ୍ୟ ହୋଇ ଯାଇଛି,,ଭାଗ୍ଯ ର ବିଡମନା ପୁଅ ମାଁ ସେବା କରିବା କଥା କିନ୍ତୁ ମାଁ ପୁଅ ର ସେବା କରିବାକୁ ପଡୁଛି।

ସରକାରଙ୍କ ତରଫରୁ କେତେ କେତେ ଯୋଜନା ଉପରେ ଆସୁଛି କିନ୍ତୁ ଏମାନଙ୍କ ପରିବାର କୁ ରହିବାପାଇଁ ଡିହ ଓ ସରକାରୀ ଚିକିତ୍ସାଳୟ ଯଦି ଚିକିତ୍ସା କରାଯାଏ ପୁଅ ଭଲ ହୋଇଯିବ ବୋଲି ଆଶା ବାନ୍ଧି ଘରେ ରହିଛନ୍ତି। ଉକ୍ତ ପରିବାର କୌଣସି ସରକାରୀ ଚିକିତ୍ସା ସହାୟତା ମିଳିଲେ ତାଙ୍କର ଦୁଃଖ ଦୂର ହେବ। ଜିଲ୍ଲାପାଳ ଓ ସିଡିଏମଓ ଉକ୍ତ ପରିବାର କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଅଂଚଳବାସୀ ଦାବି କରୁଛନ୍ତି। 

Comments (0)
Add Comment