ପ୍ରଧାନମନ୍ତ୍ରୀ ରାସ୍ତା କାମ ସରି ମରାମତି ଆରମ୍ଭ

ବରଗଡ଼(କୋଶଲ ନ୍ୟଜ୍) ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଠାରୁ ଭେଡେନ ରାସ୍ତା ର ମଝିରେ ରୂପାପାଲି ଛକ ଠାରୁ ଭୋଇପାଲି ଛକ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ, ରାସ୍ତା ତିଆରି ପାଇଁ ବିଭିନ୍ନ ସମୟରେ ଜନସାଧାରଣ,ବିଭିନ୍ନ ପତ୍ର ପତ୍ରିକା, ଫେସବୁକ୍, ସୋସିଆଲ ମିଡିଆ ରେ ପ୍ରକାଶିତ ହୋଇଆସୁଥିଲା। ଏହାକୁ ଉପଲବ୍ଧିକରି ଅତାବିରା ବିଧାୟିକା ତଥା ରାଜ୍ୟ ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଗିଂନୀ ଛୁରିଆ, ଏହି ୧କିମି ରାସ୍ତା ନିର୍ମାଣ  ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ପାଇଁ ୪୧ ଲକ୍ଷ ଟଙ୍କା ସେକ୍ସନ କରାଇଥିଲେ। ବ୍ୟୟ ହେବ ବୋଲି ସୂଚନା ଫଳକ ମାଧ୍ୟମରେ ଶୁଭ ଉଦ୍ଘାଟନ କରିଥିଲେ। ଏହ ରାସ୍ତା ନିର୍ମାଣ କାର୍ଯ୍ଯ ନସରୁଣୁ ଗୋଟିଏ ବର୍ଷା ରେ ପୁଣି ରାସ୍ତାର ଗେଟି ଉଠି ପୁଣି ଗର୍ତ୍ତ ସ୍ରୁଷ୍ଟି ହେଲାଣି, ନିମ୍ନ ମାନର କାର୍ଯ୍ୟ ବର୍ତ୍ତମାନ ହେଉଛି ବୋଲି ସେହି ସମୟରେ ଜନସାଧାରଣ ଅଭିଯୋଗ କରିଥିଲେ, ଏହି କଥା କୁ ଭୃକ୍ଷେପ ନକରି ଠିକାଦାର ରାସ୍ତା କାର୍ଯ୍ୟ କରିଥିଲେ। ବର୍ତମାନ ନିମ୍ନମାନ ର କାର୍ଯ୍ୟ ଯୋଗୁଁ “ରାଧେ ରାଧେ ଅଧେ ଅଧେ ” ଠିକାଦାର ଓ ବିଭାଗୀୟ ଅଧିକାରୀ ମଧୁ ଚନ୍ଦ୍ରିକା ଯୋଗୁଁ ବ୍ୟାପକ ଭାବ ରେ ପର୍ସେଣ୍ଟ କରବାର ହୋଇଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି।


ଯଦି ରାସ୍ତା ନିର୍ମାଣ ସରିନାହିଁ ପୁଣି ମରାମତି କାର୍ଯ୍ୟ ଆରଂଭ ହେଉଛି ଆଗକୁ ରାସ୍ତା କେତେ ଦିନ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି। ଏହି ରାସ୍ତା ର ନିର୍ମାଣ କାର୍ଯ୍ୟ କୁ ବରଗଡ ନୂତନ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଭିଜଲେନସ ତଦନ୍ତ କରାଯାଇ ଉପଯୁକ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଅଂଚଳବାସୀ ଦାବି କରୁଛନ୍ତି। 

Comments (0)
Add Comment