ଅତାବିରା ଥାନା ଅଞ୍ଚଳ ରେ ବ୍ୟାପକ ନିଶାକାରବାର ଦୁଇ ଗିରଫ

ବରଗଡ଼ (କୋଶଲ ନ୍ୟୁଜ) ଵରଗଡ ଜିଲ୍ଲା ଅତାବିରା ଥାନା ଅଂଚଳର ବହୁତ ଦିନରୁ ନିଶାକାରବାର ବ୍ୟାପକ ଭାବରେ ବଢିଚାଲିଛି।ବରଗଡଜିଲ୍ଲା ଆରକ୍ଷୀ ଅଧିକ୍ଷକ ପଦ୍ମିନୀ ସାହୁ ନିର୍ଦ୍ଦେଶ କ୍ରମେ ଅତାବିରା ଥାନା ଅଧିକାରୀ ଦିଲିପକୁମାର ବେହେରା ନେତୃତ୍ବରେ ବିଭିନ୍ନ ଅଂଚଳ ଗସ୍ତ ଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ପାହାଡଶ୍ରୀଗିଡା ଠାରେ ନିଶା କାରବାର ହେଉଥିବା ଯାଇ ସେଠାରେ ଚଢ଼ାଉ କରିଥିଲେ। ପାହାଡଶ୍ରୀଗିଡା ର ଦୁଇ ଜଣ ବ୍ଯକ୍ତି ଜିତୁ ପ୍ରଧାନ ୨୪ ବର୍ଷ, ପିତା ଲିଙ୍ଗରାଜ ପ୍ରଧାନ, ସୁବ୍ରତ ମେହେର ୪୦ ବର୍ଷ, ପିତା ଧନୁର୍ଜୟ ମେହେର , ତାକଂ ଠାରୁ ୨୬ଟି ଏସ୍‌କେଏପ୍ କପସିରପ୍ ସିଲ ବାଲା, ୫ ଟି ବିନା ସିଲବାଲା, ଗୋଟିଏ ଜାର ରେ୧୦ ଲିଟର ଅପମିଶ୍ରଣ ତରଳ ପଦାର୍ଥ ଓ ଏହି ସହିତ ଏକ ପତା ଏଲପ୍ରାସ ବଟିକା ଜପତ କରି ଥିଲେ। ଉଭୟ କୁଂ ଗିରଫ କରି ଅତାବିରା ଥାନା କେସ ନମ୍ବର ୧୬୦/୧୯.୬.୨୧ ଦଫା ୨୭୪,୨୭୫/୩୪ ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଥାନା ଅଧିକାରୀ ଦିଲିପକୁମାର ବେହେରା ଆଗକୁ ନିଶାକାରବାର ବ୍ୟାପକ ଚଢାଉ କରାଯିବ କହିଛନ୍ତି।

Comments (0)
Add Comment