ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଟୀକା କରଣ

ବରଗଡ଼(କୋଶଲ ନ୍ୟଜ୍) ବରଗଡ ଜିଲ୍ଲା ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ କରୋନା ମହାମାରୀ ୧୯ ଟୀକାକରଣ କରାଯାଇଛି ।ଏଥିରେ ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ୧୮ ବର୍ଷରୁ ଉର୍ଦ୍ଧ୍ବ ଜନସାଧାରଣ କୁଂ ଦୁଇଟି ଟୀକାକରଣ କେନ୍ଦ୍ର ଖୋଲାଯାଇଥିଲା, ଗୋଟିଏ ରେ ୨୭୫ ଓ ଅନ୍ୟ ଟିରେ ୧୭୬ ଜଣ ଟୀକା ନେଇଥିଲେ। ସେହିପରି ରେମଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ୨୦୯ ଜଣ, ରେଶମ ଓ ଗଣ୍ଡତୁରୁମ ଠାରେ ୨୦୯ ଜଣ କୁଂ ଟୀକାକରଣ କରାଯାଇଛି। ମୋଟ ୧୦୬୦ ଜଣ କୁଂ ଟୀକାକରଣ କରାଯାଇଛି, ଟୀକା ଆସିଲେ ପୁଣି ଟୀକାକରଣ କରାଯିବ ବୋଲି ଭେଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସୂଚନା ପ୍ରଦାନ କରାଯାଇଛି ।ବିଶେଷ ଭାବରେ ୧୮ ବର୍ଷରୁ ଉର୍ଦ୍ଧ୍ବ ଜନସାଧାରଣ କରୋନା ଟୀକା ନେବା ସମୟରେ ଉତ୍ସାହିତ ହୋଇ ଟୀକା ନେଉଥିଲେ। 

Comments (0)
Add Comment