ଗାଁର ନାଁ ଯୁବାଖୋଲ ରଖାଯିବା ପଛରେ ଥିବା କି‌ମ୍ବଦ‌ନ୍ତୀ

ବରଗଡ଼(କୋଶଲ ନ୍ୟଜ୍): ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାଵାହାଲ ପଞ୍ଚାୟତ ଅଧୀନରେ ଥିବା ଯୁବାଖୋଲ ଗାଁର ନାଁ ଏଇ ଭଳିଆ ରଖାଯିବାର କି‌ମ୍ବଦ‌ନ୍ତୀଟିଏ ରହିଛି । ଯୁବାଖୋଲ ଗାଁର ନାମ ଦୁଇଟି ଶବ୍ଦରେ ମିଶ୍ରଣରେ ହୋଇଛେ । ଆଗରୁ ଗାଁରେ ବହୁତ ଜଙ୍ଗଲ ଥିଲା । ଏବେ ବି ରହିଛି । ହେଲେ ପୂର୍ବ ଅପେକ୍ଷା କମ୍‌ । ଚାରିଦିଗରେ ଚାରୋଟି ପାହାଡ଼ ଛିଡା ହୋଇଅଛି । ସେ ସମୟରେ ପାଣଟାଗଡ ବଲାଙ୍ଗିର ଜିଲ୍ଲାର ବିଂଝାଲ ଜାତିର ଏକ ପରିବାର ନିଜର ଝିଅକୁ ବାହା ଦେବା ପାଇଁ ଏଇ ଗାଁକୁ ଆସୁଥିଲେ ।

ଗାଁ ଦକ୍ଷିଣ ପଶ୍ଚିମ ଦିଗରେ ରହିଥିବା ବ୍ରାହ୍ମଣୀ ପାହାଡକୁ ଡେ଼ଇଁ ଆସିବା ସମୟରେ ରାସ୍ତାରେ ଥକ୍‌କା ମାରଲେ । ବାହା ହେବା ପାଇଁ ଆସିଥିବା ଝିଅ (ଭୁଆଷୁଣୀ) ନିକଟରେ ଥିବା ପଡିଆକୁ ଶୌଚ ପାଇଁ ଗଲେ । ନିକଟରେ ଥିବା କୂଅଁକୁ ଧୋଇ ହେବା ପାଇଁ ଯିବା ପରେ ସେଇଠି ହଁ ଅଦୃଶ୍ୟ ହୋଇଗଲେ । ଲୋକେ ବହୁତ ଖୋଜାଖୋଜି କଲେ । ତା ସତ୍ବେ ଆଉ ପାଇଲେ ନାହିିଁ ଓ ଗାଁକୁ ନିରାଶ ହୋଇ ଫେରି ଆସିଲେ । ଲୋକମାନେ ବନ ଦେବୀ ଭୂଆଷୁଣୀ‌ଙ୍କୁ ଉଭେଇ ନେଇଗଲେ ବୋଲି ଭାବିଲେ ।

ସେଇ ଦିନଠୁ ଗାଁ ଲୋକେ ସେ କୂଅଁକୁ ଯୁବତୀ କୁଅଁ କହିଲେ । ଦୁଇଟି ପାହାଡ ମଧ୍ୟବର୍ତ୍ତି ସ୍ଥାନରେ ଖୋଲ (ନଲିଆ) ଟିଏ ରହିଅଛି । ସେଇ ସ୍ଥାନକୁ ଯୁବାଖୋଲ ବୋଲି କହିଥାନ୍ତି ।

Comments (0)
Add Comment