ଘର ଭିତରୁ ମା ଝିଅଙ୍କ ମୃତ ଦେହ ଉଦ୍ଧାର

ସମ୍ବଲପୁର : ଘର ଭିତରେ ପଡିରହିଛି ମା ଓ ଝିଅ ଙ୍କ ମୃତ ଦେହ |ସେମାନଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି | ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ କିସିନ୍ଦା ଥାନା ଅଞ୍ଚଳରେ ଏ ନେଇ ଅଭିଯୋଗ ହେବାପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି |ଗତକାଲି କିସିନ୍ଦା ଗ୍ରାମର କିଶୋର ପଟେଲ ଓ ତାଙ୍କ ବଡ ଝିଅର ସମ୍ପର୍କୀୟଙ୍କ ବାହାଘର କୁ ଯାଇଥିଲେ |ଘରେ କିଶୋର ଙ୍କ ପତ୍ନୀ ସୁଜାତା ଓ ସାନ ଝିଅ ଉତ୍କଳିକା ଥିଲେ |ଆଜି ଅପରାହ୍ନ ରେ କିଶୋର ଓ ତାଙ୍କ ବଡ ଝିଅ ଭୋଜିରୁ ଘରକୁ ଫେରିଥିଲେ | ସେହି ସମୟରେ ଘରର କବାଟ ଖୋଲା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ |ଘରେ ପ୍ରବେଶ କରି ଦେଖିଲା ବେଳକୁ ପତ୍ନୀ ଓ ସାନ ଝିଅଙ୍କ ମୃତ ଦେହ ଘର ଭିତରେ ପଡିଥିବା ଦେଖିବାକୁ ମିଳିଥିଲା |ମୃତ ଦେହରୁ ଦୁର୍ଗନ୍ଧ ବାହାରୁ ଥିଲା |କିଶୋର ଏନେଇ କିସିନ୍ଦା ଥାନାକୁ କବର ଦେଇଥିଲେ |ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରଛି |ପ୍ରାଥମିକ ତଦନ୍ତରୁ ହତ୍ୟା ବୋଲି ସନ୍ଦେହ କରାଯାଉଛି |କେହି ଦୁର୍ବୁତ୍ତ ମା ଝିଅଙ୍କ ତଣ୍ଟି ଚିପି ହତ୍ଯା କରିଥିବା ଅନୁମାନ କରାଯାଉଛି |

Comments (0)
Add Comment