ବୌଦ୍ଧ ଜିଲାରେ କରୋନା ଏକ ଅଙ୍କ ରେ ସୀମିତ ଗତ 24 ଘଣ୍ଟା ରେ 9 ଜଣ କରୋନା ପୋଜିଟିଭ ଚି଼ହ୍ନଟ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାରେ 24 ଘଣ୍ଟା ମଧ୍ୟରେ 9 କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି | କ୍ରମାଗତ ଭାବେ ଗତ କାଲି ଏବଂ ଆଜି ଜିଲାରେ କରୋନା ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି ଯାହା ଏକ ନୂତନ ଆଶା ସୃଷ୍ଟି କରିଛି ନିୟନ୍ତ୍ରଣ ହେବାରେ | ଆଜି ସମଗ୍ର ରାଜ୍ୟରେ 2806 ଜଣ ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି | ଆଜି ସୁଦ୍ଧା ବୌଦ୍ଧ ଜିଲାରୁ ମୋଟ 12349 ଜଣ କରୋନା ପୋଜିଟିଭ ଚି଼ହ୍ନଟ ହୋଇଛନ୍ତି ସେମାନଙ୍କ ମାଧରୁ 12094 ସୁସ୍ଥ ହୋଇଥିବା ବେଳେ 170 ଜଣ ଚିକିତ୍ସାଧିନ ଥିବା ବେଳେ 85 ଜଣ ମୃତ୍ୟୁ ହୋଇଛି | ବୌଦ୍ଧ ଜିଲ୍ଲାର ମୋଟ ପୋଜିଟିଭ ସଂଖ୍ୟା 12349 ରେ ପହଂଚିଛି

Comments (0)
Add Comment