ବୌଦ୍ଧ ଜିଲ୍ଲା ରେ ନିର୍ମିତ ହେବ 300 ଶଯ୍ୟା ଡାକ୍ତରଖାନା

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ରେ ସ୍ୱାସ୍ଥ୍ୟ ଭିତ୍ତି ଭୂମି କୁ ସୁଧାରିବା ପାଇଁ ରାଜ୍ୟ ସରକାର ଆଜି 88.63 ଲକ୍ଷ ଟଙ୍କା ବ୍ୟୟବରାଦ କରିଛନ୍ତି | ପୂର୍ତ୍ତ ବିଭାଗ ବୌଦ୍ଧ ଡାକ୍ତର ଖାନାକୁ ଆଧୁନିକ ଢଙ୍ଗରେ ତିଆରି କରିବାକୁ ନିଷ୍ପତି ନେଇଛି | ସୂଚନା ମୁତାବକ ବୌଦ୍ଧ ଡାକ୍ତର ଖାନା ରେ 300 ଶଯ୍ୟା ବିଶିଷ୍ଟ ଗୃହ ନିର୍ମାଣ ହେବା ସହ ସମସ୍ତ ବୈଷୟିକ ଉପକରଣ ମହଜୁଦ ହେବ ଯାହା ଫଳରେ ରୋଗୀ ମାନେ ଉପକୃତ ହୋଇ ପାରିବେ |

Comments (0)
Add Comment