ବୌଦ୍ଧ ବନ ମହୋତ୍ସବ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର ବନଖଣ୍ଡ ଅଧୀନରେ ଥିବା ସମସ୍ତ ରେଞ୍ଜ ମାନଙ୍କ ରେ ବନମାହୋତ୍ସବ ପାଳିତ ହେଉଛି | ସାମ୍ପ୍ରତିକ ପରିସ୍ଥିତି ରେ ବୃକ୍ଷ ହିଁ ଜୀବନ ଏବଂ ଅମ୍ଳଜାନ ର ଆବଶ୍ୟକତା ପାଇଁ ବ୍ୟାପକ ଜନ ସଚେତନତା ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ଗୁରୁତ୍ୱ ଦିଆଯାଉଛି | ଅରଣ୍ୟ କ୍ଷୟ ଯୋଗୁଁ ଅନେକ ପ୍ରାକୃତିକ ଦୁର୍ବିପାକ ଏବଂ ବୃଷ୍ଟି ପାତରେ ଅନିୟମିତତା ଦେଖା ଯାଉଛି | ବନମାହୋତ୍ସବ ଜୁଲାଇ 1 ଠାରୁ 7 ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ | ବନ ବିଭାଗ ର ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ସମଗ୍ର ଜିଲ୍ଲା ରେ ଚାଲୁଅଛି |

Comments (0)
Add Comment