ବୌଦ୍ଧ ଗୁଦଗୁଦା ବ୍ରିଜ ରାସ୍ତା ଧସିଯିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ ଅବସ୍ଥା

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ର 57 ଜାତୀୟ ରାଜପଥ ର ଗୁଦୁଗୁଦା ବ୍ରିଜ ରେ ଗତ କାଲି ରାତିରେ ହୋଇଥିବା ବର୍ଷା ଯୋଗୁଁ ବିରାଟ ଗର୍ତ୍ତ ସୃଷ୍ଟି ହୋvଇଛି | ଯାତାୟାତ କରିବାରେ ବାଧା ଉପୁଜିଛି | ଜାତୀୟ ରାଜପଥ ର ନିମ୍ନ ମାନ ର କାମ ଯୋଗୁଁ ଏପରି ହୋଇଥିବା ଲୋକ ମାନେ ଅଭିଯୋଗ କରୁଛନ୍ତି | ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି | 4 ମାସ ହେବା ନୂତନ ବ୍ରିଜ ନିର୍ମିତ ହୋଇଛି | ନିମ୍ନ ମାନ ର କାମ ହେଉଥିବା ସେତେବେଳେ ଅଭିଯୋଗ ହୋଇଥିଲା କିନ୍ତୁ କେହି ସେତିପ୍ରତି ଦୃଷ୍ଟି ଦେଲେ ନାହିଁ ଯାହା ଫଳରେ ଆଜି ରାସ୍ତା ଧସି ଯାଇଛି | ଲୋକ ମାନେ ରାସ୍ତାରେ ବସି ରହି ଅବରୋଧ କରିଛନ୍ତି, ଘଟଣା ସ୍ଥଳରେ ମନମୁଣ୍ଡା ପୋଲିସ ପହଂଚି ବୁଝା ସୁଝା କରୁଛି କିନ୍ତୁ ଲୋକ ମାନଙ୍କ ଦାବି ହେଲା ଜିଲ୍ଲାପାଳ ଆସି ଏହି ସମସ୍ୟାର ସମାଧାନ କରନ୍ତୁ

Comments (0)
Add Comment