କାର ସହ ଗଂଜେଇ ଜବତ ଦୁଇଜଣ ଯୁବକ ଗିରଫ

ବୌଦ୍ଧ 30/06-( କୋଶଲ ନ୍ୟୁଜ ) : ସୋନପୁର କୁଞ୍ଜ ଢ଼ାବା ଛକରୁ ସୋନପୁର ପୋଲିସ ଦ୍ୱାରା ଗୋଟିଏ କାର ମଧ୍ୟରୁ ବିପୁଳ ପରିମାଣ ର ଗଂଜେଇ ଜବତ କରାଯାଇଛି | ଉକ୍ତ କାର ମଧ୍ୟରୁ ଦୁଇଜଣ ଯୁବକଙ୍କୁ ଗିରଫ କରାଯାଇଛି ମିଳିଥିବା ସୂଚନା ଅନୁସାରେ ସୋନପୁର ପୋଲିସ କୌଣସି ସୂତ୍ର ରୁ ଗୋଟିଏ କାର ରେ ବୌଦ୍ଧ ଅଂଚଳରୁ ବିପୁଳ ଗଂଜେଇ ଚାଲାଣ ହେଉଥିବା ଖବର ପାଇ କୁଞ୍ଜ ଛକ ଠାରେ ଗତ ସୋମବାର ଦିନ ଜଗି ରହିଥିଲେ | ମନମୁଣ୍ଡା ପଟରୁ ସୋନପୁର ପଟକୁ ଗୋଟିଏ ମାରୁତି କାର OD 17F 4763ଆସୁଥିଲା ଉକ୍ତ ଗାଡି କୁ ଅଟକାଇ ଯାଞ୍ଚ କରାଯିବା ପରେ କାର ମଧ୍ୟରୁ 21କେଜି ଗଂଜେଇ ଜବତ ହୋଇଥିଲା |କାର ମଧ୍ୟରୁ ଦୁଇଜଣ ଯୁବକ ଙ୍କୁ ଗିରଫ କରାଯାଇଥିଲା | ଗିରଫ ଯୁବକ ଦୁଇଜଣ ଙ୍କ ମଧ୍ୟରୁ ଜଣେ ବୌଦ୍ଧ ବାଉଁସୁଣୀ ଗ୍ରାମ ର ପ୍ରହଲ୍ଲାଦ ମେହେର (21) ବର୍ଷ ଏବଂ ଅନ୍ୟ ଜଣକ ହେଲେ ବରଗଡ଼ ଜିଲ୍ଲା ର ବିଜେପୁର ଅଂଚଳ ର ମନରଞ୍ଜନ ମେହେର (29)ବର୍ଷ ଙ୍କୁ ଗିରଫ କରି ଗତ କାଲି କୋର୍ଟ ଚାଲାଣ କରାଯାଇଛି

Comments (0)
Add Comment