କାର ଦୁର୍ଘଟଣା ଗ୍ରସ୍ତ, ଜଣେ ଗରୁତର

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର କଣ୍ଟାମାଲ ବ୍ଲକ ମନୁମୁଣ୍ଡା ଥାନା ଅନ୍ତର୍ଗତ ଦମାମୁଣ୍ଡା ବୁଲାଣି ରାସ୍ତାରେ ଆଜି ସନ୍ଧ୍ୟା 5ଟା ରେ ଗୋଟିଏ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି | ମିଳିଥିବା ସୂଚନା ଅନୁସାରେ ଝାର ବଲାଙ୍ଗୀର ଗ୍ରାମ ର ଲଳିତ ରଣା ନାମକ ଜଣେ ବ୍ୟକ୍ତି ଗୋଟିଏ ଲାଲ ରଙ୍ଗର କାର OR 02 AY 2235 ରେ ମନମୁଣ୍ଡା ରୁ କଣ୍ଟାମାଲ ଆଡ଼କୁ ଯାଉଥିବା ସମୟ ରେ ଦମାମୁଣ୍ଡା ଗ୍ରାମ ନିକଟରେ ବୁଲାଣି ରାସ୍ତାରେ ଏକ ପଳସା ଗଛରେ ପିଟି ହୋଇଯିବା ଫଳରେ କାର ଟି ଓଲଟି ପଡିଥିଲା ଏବଂ ଲଳିତ ଗୁରୁତର ଆହତ ହୋଇଥିଲେ | ଲୋକମାନେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠେଇ ଥିଲେ |

Comments (0)
Add Comment