ବୌଦ୍ଧ ରେ ପୋଲିସ ମହାନିର୍ଦେଶକ

ବୌଦ୍ଧ (କୋଶଲ ନ୍ୟୁଜ୍) ଗତ କାଲି ରାତିରେ ବୌଦ୍ଧ ଜିଲ୍ଲାର ସୀମାନ୍ତ କଣ୍ଟାମାଲ ବ୍ଲକ ଅନ୍ତର୍ଗତ ଉମା ଗ୍ରାମପଞ୍ଚାୟତ ର ସମାସିଙ୍ଗୀ – ନାଦେନ ଘାଟି ରେ ସୁରକ୍ଷା କର୍ମୀ ଏବଂ ମାଓବାଦୀ ଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ସୁରକ୍ଷା କର୍ମୀ ମାନେ ଆହତ ହୋଇଛନ୍ତି ଏ ଖବର ପାଇ ପୋଲିସ ଡି ଜି କୋରାପୁଟ ଗସ୍ତ ବନ୍ଦ କରି ଘଣ୍ଟାପଡା ଠାରେ ହେଲିକେପଟର ଅବତରଣ କରିଥିଲେ | ଏହା ପରେ ଉଚ୍ଚ ସୁରକ୍ଷା ଅଧିକାରୀ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଆହତ ଯବାନଙ୍କୁ ହେଲିକେପଟର ଯୋଗେ ଭୁବନେଶ୍ୱର ଚିକିତ୍ସା ପାଇଁ ନେଇଥିଲେ | ଏହି ଘଟଣା ସମଗ୍ର ଜିଲାରେ ଚଞ୍ଚଲ୍ୟ ସୃଷ୍ଟି କରିଛି |

Comments (0)
Add Comment