ବୌଦ୍ଧ ରେ ବନମୋହତ୍ସବ ପାଳିତ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଅନ୍ତର୍ଗତ ପାରିପାଟି ଜଙ୍ଗଲ ରେ ବନବିଭାଗ ତରଫରୁ ବନମୋହତ୍ସବ ପାଳିତ ହୋଇଯାଇଛି | ଉକ୍ତ ଉତ୍ସବ ରେ ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ଅକ୍ରୁର ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ଏହି ଉତ୍ସବ ରେ ବୃକ୍ଷ ରୋପଣ କରାଯାଇଥିଲା | ବନ ବିଭାଗ ତରଫରୁ ବିଭାଗୀୟ କର୍ମଚାରୀ ଏବଂ ସ୍ଥାନୀୟ ଲୋକ ଉପସ୍ଥିତ ରହିଥିଲେ | ଏହି ଉତ୍ସବ 7 ଦିନ ପର୍ଯ୍ୟନ୍ତ ଚଳିବା ନେଇ ସୂଚନା ମିଳିଛି |

Comments (0)
Add Comment