ଯୁବ ସମାଜସେବୀଙ୍କ ଗାଁ ରେ ଏଲ ଇ ଡି ବିଦ୍ୟୁତ ବଳ ଲଗାଇ ଗାଁ କୁ ଆଲୋକିତ କରୁଛନ୍ତି

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ର ମନୁପାଲି ପଂଚାୟତ ଅଧୀନରେ ଥିବା ଶୋଭାପାବୁଲି ଗାଁ ରେ କୌଣସି ରାସ୍ତାରେ ବିଦ୍ୟୁତ ବଳ ଲାଗି ନଥିଲା ଫଳରେ ଗାଁ ରେ ସନ୍ଧ୍ୟା ହେଲେ ଅନ୍ଧାର ଦେଖା ଯାଉଥିଲା | ଗାଁ ର ଯୁବ ସମାଜସେବି ଦେବାଶିଷ ପଲିଆ ନିଜସ୍ୱ ଉଦ୍ୟମ ରେ ଗାଁ କୁ ଆଲୋକିତ କରିବା ପାଇଁ କେତେକ ବିଦ୍ୟୁତ ଖୁଣ୍ଟ ରେ ଏଲ ଇ ଡି ବଳ ଲଗାଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି | ଗାଁ ରେ ତାଙ୍କର ଏଭଳି କାର୍ଯ୍ୟ କୁ ପ୍ରଶଂସା କରାଯାଇଛି

Comments (0)
Add Comment