ଝରା ଗହୀର ଙ୍କ ଦୁଃଖ କେବେ ଦୂର ହେବ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର ବ୍ରାହ୍ମଣୀପାଲି ପଂଚାୟତ ର ସାନ୍ତୁମ ଗ୍ରାମ ର ବିଧବା ଅସହାୟ ବୃଦ୍ଧା ମହିଳା ଝରା ଗହୀର ଙ୍କ ଦୁଃଖ କେବେ ଦୂର ହେବ | ଗତ 2009 ମସିହା ରେ ତାଙ୍କର ସ୍ୱାମୀ ଶଙ୍କର ଗହୀର ଙ୍କ ମୃତ୍ୟୁ ପରେ କେବଳ ସେ ଅନ୍ତୋଦୟ ଯୋଜନା ରେ ଚାଉଳ 35 kg ମାସିକ ପାଉଛନ୍ତି | ସରକାର ଙ୍କ ତରଫରୁ ଆଉ କିଛି ସାହାର୍ଯ୍ୟ ପାଉନାହାନ୍ତି | ଦୀର୍ଘ ବର୍ଷ ହେଲା ସେ ବିଧବା ଭତ୍ତା ପାଇଁ ବାରମ୍ବାର ସରକାରୀ କାର୍ଯ୍ୟାଳୟ ଗୁଡିକୁ ଯାଉଥିଲେ ମଧ୍ୟ୍ୟ କିଛି ସୁବିଧା ପାଇ ପାରୁ ନାହାନ୍ତି | ଅତି ବେସାହାରା ଏବଂ ଦୟନୀୟ ଅବସ୍ଥା ରେ ଜୀବନ ବିତାଉଛନ୍ତି ତାଙ୍କ ସରକାରୀ ଯୋଜନା ରେ ସାହାଯ୍ୟ କରି ବିଧବା ଭତ୍ତା ଏବଂ ପ୍ରଧାନମନ୍ତ୍ରୀ ଆବାସ ରେ ଗୃହ ଯୋଗାଇ ଦେବାକୁ ଦାବି କରିଛନ୍ତି |

Comments (0)
Add Comment