ବାଇକ ଚେକିଂ ବାହାନାରେ ଲୁଟ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅଞ୍ଚଳ ରେ ଗତ କାଲି ରାତି 8ଟା ବେଳକୁ ମନମୁଣ୍ଡା ର ହସ୍ପିଟାଲ ନିକଟରେ ଏକ ହୋଟେଲ ରେ ମିସ୍ତ୍ରୀ କାମ କରୁଥିବା ଗୋଛାପଡା ପଂଚାୟତ ର ଲୁମରଜନା ଗାଁ ର ଦିଲ୍ଲୀପ କୁମାର ପ୍ରଧାନ (25) କାମ ସାରି ଘରକୁ ଫେରୁଥିବା ସମୟରେ ଜାତୀୟ ରାଜପଥ 57 ଭୂରକି ପଡା ଛକ ନିକଟରେ ତିନି ଜଣ ପୋଲିସ ବୋଲି କହି ଗାଡି କାଗଜ ପତ୍ର ଚେକିଂ ପାଇଁ କହିଥିଲେ ଏହା ପରେ ଜଣେ ସମ୍ପୃକ୍ତ ଦୁର୍ବୃତ ତାଙ୍କ ବାଇକ ଧରି ମନମୁଣ୍ଡା ପଟକୁ ଯାଇଥିଲେ ଏବଂ ଅନ୍ୟ ଦୁଇଜଣ ତାଙ୍କୁ ବାଇକ ରେ ବସାଇ ଥାନାକୁ ଚାଲ କହି ଆଣି ମନମୁଣ୍ଡା ତେଲ ନଦୀ ବ୍ରିଜ ରେ ବାଇକ ରୁ ଉତୁରାଇ ଦେଇ ସୋନପୁର ଆଡ଼କୁ ଚାଳି ଯାଇଥିଲେ | ଏହା ପରେ ଦିଲ୍ଲୀପ ମନମୁଣ୍ଡା ଥାନାକୁ ଆସି ଅଭିଯୋଗ କରିଥିଲେ | ସମ୍ପୃକ୍ତ ଦୁର୍ବୁତ୍ତ ମାନେ ସୋନ ପୁର ଅଞ୍ଚଳ ର ବୋଲି ପ୍ରାଥମିକ ତଦନ୍ତ ରୁ ଜଣା ପଡିଛି | ପୋଲିସ ତଦନ୍ତ କରୁଅଛି |ରାଜପଥ ରେ ଏପରି ଘଟଣା ସାଧାରଣ ଲୋକଙ୍କୁ ଭୟଭୀତ କରି ଦେଇଛି ଏବଂ ପୋଲିସ ପେଟ୍ରୋଲିଙ୍ଗ କରିବାକୁ ଦାବି ହୋଇଛି |

Comments (0)
Add Comment