ଜାତୀୟ ରାଜପଥ,କାର ଦୁର୍ଘଟଣା

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର ପୁରୁଣାକଟକ 57 ନମ୍ବର ଜାତୀୟ ରାଜପଥ ରେ ଗତ ରାତି 10 ଟା ସମୟ ରେ ଲୁଣିବାହାଲ ଛକ ନିକଟରେ ଭାରସାମ୍ୟ ହରାଇ OD02 AA 2692 ନମ୍ବର ର ହୋଣ୍ଡା ମୋବିଲିଅର କାର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା | ଉକ୍ତ କାର ରେ ରାମ୍ଭିକଟା ଠାରେ ଥିବା ବୌଦ୍ଧ ଡିଷ୍ଠିଲେରୀ ପ୍ରାଇଭେଟ ଲିମିଟେଡ଼ ର ଜଣେ କର୍ମଚାରୀ ଭୁବନେଶ୍ୱର ଆଡେ ଯାଉଥିବା ସମୟରେ ଏକ କେବିନ ରେ ମାଡ଼ ହୋଇ ଦୁର୍ଘଟଣା ଘଟିଥିଲା | ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ରେ ବୌଦ୍ଧ ହସ୍ପିଟାଲ କୁ ପଠେଇ ଥିଲେ |

Comments (0)
Add Comment