ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ତରଫରୁ ବୃକ୍ଷ ରୋପଣ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର ଆର ଏସ ଏସ ତରଫରୁ ସରସରା ଗ୍ରାମପଞ୍ଚାୟତ ର ବଘାରପାଲି ସ୍ଥିତ ଚନ୍ଦ୍ରଶେଖର ଶିବ ମନ୍ଦିର ଚତୁଃପାର୍ଶ୍ଵ ରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଛି | ଏଥିରେ ଅନନ୍ତ ଦଳବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଆମ୍ବ, ଜାମୁ, ନିମ୍ବ, ବର, ଅଶ୍ଵସ୍ଥ, ପଣସ,ବଉଳ, ବେଳ ଆଦି ବୃକ୍ଷ ରୋପଣ କରାଯାଇଥିଲା |ଅନ୍ୟ ମାନଙ୍କ ମଧ୍ୟରେ କମଳକୁମାର ପଟନାୟକ, ଜିତୁ ନାଗ,ଜିତେନ୍ଦ୍ର, ସ୍ୱାଧୀନ ମେହେର,ଦିଲ୍ଲୀପ ସାହୁ, ସତ୍ୟାନନ୍ଦ ସାହୁ ଇତ୍ୟାଦି ଯୋଗ ଦେଇଥିଲେ |

Comments (0)
Add Comment