୨୧ ରୁ ବର୍ଷା ପରିମାଣ ବଢ଼ି ପାରେ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ରେ ଚଳିତ ବର୍ଷ ସ୍ୱଳ୍ପ ପରିମାଣ ରେ ବର୍ଷା ହେଉଥିବାରୁ ଚାଷୀ ମାନେ ନିରାଶ ହେଉଛନ୍ତି କୃଷି କାର୍ଯ୍ୟ ପାଇଁ ଆବଶ୍ୟକ ବର୍ଷା ହେଉନଥିବାରୁ ତଳି ପକାଇବା ଏବଂ ଧାନ ଗଜା ହୋଇ ଶୁଖି ଗଲାଣି ଆଉ କିଛି ଦିନ ବର୍ଷା ନହେଲେ ସବୁ ମରିଯିବ | ଏ ପରି ସ୍ଥିତି ରେ ଲଘୁଚାପ ଏକ ନୂତନ ଆଶା ସୃଷ୍ଟି କରୁଅଛି ତେଣୁ ଲଘୁଚାପ ପ୍ରଭାବରେ ଆସନ୍ତା 21 ତାରିଖରୁ ବର୍ଷା ର ପରିମାଣ ବଢ଼ି ପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି | ବୌଦ୍ଧ ଜିଲ୍ଲା ଏକ ମରୁଡି ପ୍ରବଣ ଜିଲ୍ଲା ଏଠାକାର ଲୋକେ ଅଧିକାଂଶ ବର୍ଷା ପାଣି କୁ ଚାଷ କାର୍ଯ୍ୟ ରେ ବ୍ୟବହାର କରିଥାନ୍ତି | ଯଦି ଠିକ ସମୟ ରେ ବର୍ଷା ନହେଲେ ମରୁଡି ପଡିବା ନିଶ୍ଚିତ ଅଟେ | ଦେଖା ଯାଉ ଲଘୁଚାପ ବର୍ଷା କେତେ ହେଉଛି |

Comments (0)
Add Comment