ବୌଦ୍ଧ ଜିଲ୍ଲା କୁ ସମ୍ବଲପୁର ଆର.ଡି. ସି ରେ ସାମିଲ କରାଯିବାକୁ ଯୋଜନା

ବୌଦ୍ଧ (କୋଶଲ ନ୍ୟୁଜ୍) ଅବହେଲିତ ତଥା ପଛୁଆ ଜିଲ୍ଲା ବୌଦ୍ଧ କୁ ସମ୍ବଲପୁର ଆର. ଡି. ସି ଙ୍କ ଅଧୀନରେ ଯୋଗ କରିବାକୁ ଯୋଜନା ହୋଇଛି | ବୌଦ୍ଧ ଠାରୁ 300 km ଦୂରରେ ଅବସ୍ଥିତ ବ୍ରହ୍ମପୁର ଆର. ଡି. ସି ସହ ଜିଲ୍ଲା ଯୋଗ ହୋଇଛି କିନ୍ତୁ ଲୋକ ମାନେ ବହୁ ଅସୁବିଧା ଏବଂ ଖର୍ଚ୍ଚାନ୍ତ ର ସମ୍ମୁଖୀନ ହେଉଛନ୍ତି ତେଣୁ ଜିଲ୍ଲା ବାସୀ ଙ୍କ ଦୀର୍ଘ ଦିନ ର ଦାବି କୁ ସରକାର ପୂରଣ କରିବା ପାଇଁ ନିଷ୍ପତି ନେଇଥିବା ଜଣା ପଡିଛି ଦୁଇ ତିନ ଦିନ ମଧ୍ୟରେ ଵିଧି ବଦ୍ଧ ସୂଚନା ପ୍ରଦାନ କରାଯିବ | ବୌଦ୍ଧ ଜିଲ୍ଲା ସମ୍ବଲପୁର ଆର . ଡି . ସି ଅଧୀନରେ ରହିଲେ ଲୋକ ମାନଙ୍କ ସୁବିଧା ହେବ ବୋଲି ଆଶା କରାଯାଉଛି | ବାକି ରହିଲା ସରକାରୀ ଘୋଷଣା | ବୌଦ୍ଧ ଜିଲ୍ଲା ମିଶିବା ପରେ ଉତ୍ତରାଞ୍ଚଳ R. D. C ବଦଳରେ ସମ୍ବଲପୁରକୁ ପଶ୍ଚିମାଞ୍ଚଲ R. D. C କୁହାଯିବ |

Comments (0)
Add Comment