ଛଟେଇ କୋମ୍ପୁଟର ଶିକ୍ଷକ ମାନଙ୍କର ଜିଲ୍ଲାପାଳ ଙ୍କୁ ନିଯୁକ୍ତି ପାଇଁ ଦାବି

ବୌଦ୍ଧ (କୋଶଲ ନ୍ୟୁଜ୍) କମ୍ପୁଟର ଶିକ୍ଷକ ମାନେ ଶିକ୍ଷା ସଚିବ ଏବଂ ଏସ ପି ଡି ଓପେପା ଙ୍କୁ ଜିଲ୍ଲାପାଳ ଙ୍କ ଜରିଆରେ ପୁନଃ ନିଯୁକ୍ତି ଦାବି ପତ୍ର ଦେଇଛନ୍ତି | 2014 ରୁ 2019 ପର୍ଯ୍ୟନ୍ତ ଦୀର୍ଘ 5 ବର୍ଷ କାଳ ସ୍ୱଳ୍ପ ଦରମା ରେ ଜିଲ୍ଲାର ବିଭିନ୍ନ ହାଇ ସ୍କୁଲ ଗୁଡିକରେ କମ୍ପୁଟର ଶିକ୍ଷକ ଭାବେ କାର୍ଯ୍ୟ ରତ ଶିକ୍ଷକ ମାନଂକୁ ରାଜ୍ୟ ସରକାର ଏପ୍ରିଲ 2019 ରେ ଛଟେଇ କରିଥିଲେ | ବୌଦ୍ଧ ଜିଲ୍ଲାର 28 ଜଣ ଶିକ୍ଷକ ଛଟେଇ ହୋଇଥିଲେ | ବାରମ୍ବାର ସରକାର ଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା ଯାହା ଫଳରେ ସେମାନେ ବାଧ୍ୟ ହୋଇ ଉଚ୍ଚ ନ୍ୟାୟାଳୟ ର ଦ୍ୱାରସ୍ଥ ହୋଇଛନ୍ତି |

Comments (0)
Add Comment