ମନମୁଣ୍ଡା ଥାନାରୁ ଫେରାର ଅଭିଯୁକ୍ତ ନିଜେ ଆସି ଥାନା ରେ ଧରା ଦେଲା

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନାରେ ନାବାଳିକା ଅପହରଣ ମାମଲା ରେ ଗିରଫ ଅଭିଯୁକ୍ତ ଥାନାରୁ ବାହାରକୁ ଜଳଖିଆ ଖାଇ ଯିବା ବାଟରେ ଫେରାର ହୋଇଯାଇଥିଲା | ପୋଲିସ ଖୋଜା ଖୋଜି କରି ଥିଲା | ଅଭିଯୁକ୍ତ ନିଜେ ଆସି ଥାନାରେ ପୁନର୍ବାର ଧରା ଦେଇଥିଲା | ଘଟଣା କ୍ରମେ ଅଭିଯୁକ୍ତ ପଦରପଡା ଗ୍ରାମ ର ବୁକୁରମୁଣ୍ଡା ର ଜୈନିକ ନାବାଳିକା କୁ ଅପହରଣ କରି ନେଇ ସାଲେମାଲ ଠାରେ ରଖିଥିଲା ପୋଲିସ ସେଠାରୁ ନାବାଳିକା କୁ ଉଦ୍ଧାର କରିଥିଲେ ଏହା ପରେ ଅଭିଯୁକ୍ତ ଥାନାରୁ ଫେରାର ହୋଇଯାଇଥିଲା |କିପରି ଜଣେ ଅଭିଯୁକ୍ତ ଥାନାରୁ ଫେରାର ହୋଇ ଯାଇ ପାରୁଛି ତାହା ଏକ କୌତୁହଳ ବିଷୟ |

Comments (0)
Add Comment