ବୌଦ୍ଧ ଜିଲ୍ଲା ରେ ବିଜେପି ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲା ବିଜେପି ଦଳ ତରଫରୁ ଆଜି ମଧ୍ୟାହ୍ନ ରେ ଜିଲ୍ଲା କାର୍ଯ୍ୟାଳୟ ରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଦଳୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି | ଏହି ବୈଠକ ରେ ଆଗାମୀ ପଂଚାୟତ ନିର୍ବାଚନ ରେ ଦଳ ର ପ୍ରାଥୀ ମାନଂକୁ ୱାର୍ଡ ସ୍ତରରୁ ମଜବୁତ କରାଯିବା ସହ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା ଏଥିରେ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ଙ୍କ ସହିତ ସମସ୍ତ ଦଳୀୟ କର୍ମୀ ଉପସ୍ଥିତ ଥିଲେ | ବରିଷ୍ଠ ବିଜେପି ନେତା କହେଁଇ ଚରଣ ଡ଼ଙ୍ଗ, ସୁଶାନ୍ତ ପ୍ରଧାନ,ସୌମିତ୍ରୀ ନାଏକ, ମିନା ରାଣୀ ମିଶ୍ର, ମାଗୁଣି ଗାଈଗୋରିଆ, ସୂର୍ଯ୍ୟନାରାୟଣ ମହାପାତ୍ର,ସଂଯୁକ୍ତା ନାଏକ, ମନରଞ୍ଜନ ଦାସ, ରାକେଶ ତ୍ରିପାଠୀ, ଅଟଳ ବିହାରୀ ପ୍ରଧାନ, ସୁଶାନ୍ତ ବାଘ,ତାପସ ପଟ୍ଟନାୟକ ଇତ୍ୟାଦି |

Comments (0)
Add Comment