ବାଦଲ ଅଛି କିନ୍ତୁ ବର୍ଷା ନାହିଁ ମୌସୁମୀ ର ଲୁଚକାଲି ଖେଳ

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାରେ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ହେବା ଆଶା କରାଯାଉଥିଲା କିନ୍ତୁ ବର୍ଷା ର ସ୍ୱଳ୍ପ ବୃଷ୍ଟିପାତ ଚାଷୀ ମାନଂକୁ ନିରାଶା କରିଛି | ଲକ ଡାଉନ ହେବା ସତ୍ୱେ ଚାଷୀ କୃଷି କାର୍ଯ୍ୟ ପାଇଁ ଅଣ୍ଟା ସଳଖ କରି ଫସଲ ଆରମ୍ଭ କରିବାକୁ ଆଗଭର ହେଉଛି | ବୌଦ୍ଧ ଜିଲ୍ଲାରେ ଜଳସେଚନ ର ବିଶେଷ ସୁବିଧା ନଥିବା ଏବଂ ଅଳ୍ପ ଅଞ୍ଚଳ ଜଳସେଚିତ ହେଉଥିବା ରୁ କୃଷି କାର୍ଯ୍ୟ ପାଇଁ ବର୍ଷା ଉପରେ ଚାଷୀ ନିର୍ଭର କରିଥାଏ | ପାଣିପାଗ ବିଭାଗ ର ଆକଳନ ଅନୁସାରେ ଏ ବର୍ଷ ଭଲ ବର୍ଷା ହେବ ବୋଲି କରାଯାଉଥିବା ପୂର୍ବାନୁମାନ ଏବେ ପ୍ରହେଳିକା ପରି ମନେ ହେଉଛି |

Comments (0)
Add Comment